ଭାରତର ସମର୍ଥନରେ ଆମ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ : ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ରସ୍ଲାମାବାଦ, ୧୬/୧୦: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନ୍‌ ବୁଧବାର ସକାଳେ ଭୟଙ୍କର ସଂଘର୍ଷ ହୋଇଥିଲା। କାନ୍ଦାହାର ପ୍ରଦେଶସ୍ଥିତ ସ୍ପିନ୍‌ ବୋଲ୍‌ଡାକ ଜିଲ୍ଲାରେ ପାକିସ୍ତାନୀ ସେନା ବୁଧବାର ସକାଳେ ପ୍ରଥମେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫଗାନ ସେନା ଏହାର ପାଲଟା ଜବାବ ଦେଇ ପାକିସ୍ତାନୀ ସେନା ଉପରେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଆନୁଷ୍ଠାନିକ ଉଦଘାଟନ କଲେ ଡିଜିପି

କଟକ, ୧୬/୧୦: ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ପରୀକ୍ଷା ଜାଲିଆତି, ୩୦୦ ପଦବୀ ପାଇଁ ଡିଲ୍‌ ହେଇଥିବା ସୁତ୍ରରୁ ପ୍ରକାଶ୍

ଭୁବନେଶ୍ୱର,୧୬/୧୦: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ଜାଲିଆତିରେ ୩୦୦ ଏସ୍‌ଆଇ ପଦବୀ ଡିଲ୍‌ ହୋଇଥିଲା ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି। ଦୁଇ ଜଣ ମଧ୍ୟସ୍ଥ ଓ ୧୧୪ ପରୀକ୍ଷାର୍ଥୀ ବସ୍‌ରେ ଯାଉଥିବାବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ପ୍ରଶ୍ନପତ୍ର ପାଇବାକୁ ଟ୍ରେନ୍‌ରେ ମଧ୍ୟ ଅନ୍ୟ ୧୮୬ଜଣ ଆଶାୟୀ ସମାନ ସ୍ଥାନକୁ ମଧ୍ୟସ୍ଥଙ୍କ ଜରିଆରେ ଯାଉଥିଲେ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

୧୮ରେ ନାମାଙ୍କନ ଭରିବେ ଘାସିରାମ ମାଝି: ଭକ୍ତ ଦାସ

ଭୁବନେଶ୍ୱର,୧୬/୧୦: ଆସନ୍ତା ନଭେମ୍ବର ୧୧ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଅପରାହ୍ନ ସୁଦ୍ଧା କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ରେ ଘାସିରାମ ମାଝୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଘାସିରାମ ଓ ତାଙ୍କ ସମର୍ଥକମାନେ ନାମାଙ୍କନପତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନୀ ଓ ଆଫଗାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତୀ

ନୂଆଦିଲ୍ଲୀ, ୧୬/୧୦: ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି କି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ରୁ ୪୮ ଘଣ୍ଟାର ଅସ୍ଥାୟୀ ଯୁଦ୍ଧବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମଦିନରେ ନବିନଙ୍କ ପଦଯାତ୍ରା

ଭୁବନେଶ୍ୱର, ୧୬/୧୦: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ କେକ୍‍ କାଟି ମିଷ୍ଟାନ ବଣ୍ଟନ କରି ଉପହାର ମଧ୍ୟ ଦେଇଥିଲେ ନବୀନ । ଏହାପରେ ନବୀନ ଏସଇଏସ୍‍ ଭିଲେଜକୁ ଯାଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ତମ ଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରିଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ମାମଲାରେ ବିହାରରୁ ୨ଜଣଙ୍କୁ ଉଠାଇ ଆଣିଲା ପୁଲିସ

ବ୍ରହ୍ମପୁର, ୧୬/୧୦: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ୧୦ଦିନ ବିତିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ । ଏହି ଘଟଣାରେ ତଦନ୍ତ ଜୋରଦାର କରୁଥିବା ବ୍ରହ୍ମପୁର ପୁଲିସ ବିହାରରୁ ଦୁଇ ଜଣଙ୍କୁ ଉଠାଇ ଆଣିଛି । କୁହାଯାଉଛି ଯେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର ହୋଇଥିବା ବେଳେ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି ।ଏହି ଘଟଣାରେ ପୀତବାସଙ୍କ ଘନିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ କ୍ରାଇମବ୍ରାଞ୍ଚର ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି

କଟକ, ୧୫/୧୦: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଆନୁକୂଲ୍ୟରେ ଆସନ୍ତା ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା (Police Duty Meet) ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର 34ଟି ପୋଲିସ ଜିଲ୍ଲା ଏବଂ ପ୍ରତିଷ୍ଠାନରୁ 276 ପୋଲିସ କର୍ମଚାରୀ, 43 ଶ୍ଵାନ ଏବଂ 43 ହ୍ୟାଣ୍ଡଲର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏଥିନିମନ୍ତେ ରାଜ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ବ୍ୟାପକ ଆୟୋଜନ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର, ୧୫ /୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି। ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସ୍ନେହାଙ୍ଗିନୀ ଅତାବିରା ବିଧାୟିକା ଥିଲେ। ନୂଆପଡ଼ା ନିଜେଡି ଜିଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ ଓ ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ ରମାକାନ୍ତ ଠାକୁରଙ୍କ ଭଳି କେତେଜଣଙ୍କ ନାଁକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ