ସାବଧାନ! ରାଜଧାନୀରେ ’ଗ୍ୟାସ୍‌ ଡେଲିଭେରି ବୟ’ ବେଶରେ ଲୁଟ୍‌

ଭୁବନେଶ୍ବର : ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଓ ସର୍ବାଧିକ ପୁଲିସ ଘନତା ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୁଣି ଅପରାଧୀଙ୍କ ଅଭିନବ ଅପରାଧ। ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଡେଲିଭେରି ବୟ ବେଶ୍‌ରେ ଘରେ ପଶି ଲୁଟ୍‌ କରୁଛନ୍ତି। ଏଭଳି ଏକ ଘଟଣା ନୂଆପଲ୍ଲୀ‌ ଅଞ୍ଚଳରେ ଘଟିଛି। ସୂଚନାନୁସାରେ, ଗ୍ୟାସ୍‌ ଟାଙ୍କି ଡେଲିଭରି କରିବା ଆଳରେ ଘରେ ଏକାକୀ ଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଲୁଟ୍‌ପାଟ୍‌ କରୁଛି। ଦୁଇ ଦିନ ଭିତରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ

ସହରରେ ସରକାର ଯୋଗାଇବେ ’ଭଡ଼ା ଘର’, ମାସିକ ୫ଶହରୁ ୧୫ଶହ ଟଙ୍କା

ଭୁବନେଶ୍ବର  : ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବସ୍ତି ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। ସମସ୍ତ ସହରାଞ୍ଚଳରେ ପିଏମ୍-ଆବାସ(ସହରାଞ୍ଚଳ) ୨.୦ରେ ଯେଉଁ ଘର ନିର୍ମାଣ କରାଯିବ ସେଥିରୁ ଅଧା ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବିକ୍ରି ହେବାକୁ ଥିବାବେଳେ ବାକି ଘର ସରକାର ଭଡ଼ାରେ ଲଗାଇବେ। ଏହାର ନୋଡାଲ ସଂସ୍ଥା ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବ। […]

ସଂପୂର୍ଣ୍ଣ ପଢନ୍ତୁ

ଶନିଶ୍ଚର ମନ୍ଦିର ପରିଚାଳନା କମିଟି ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତରେ ରହିଛି ଶ୍ରୀ ଶ୍ରୀ ଶନିଶ୍ଚର ମନ୍ଦିର | ପୁଣ୍ୟତୋୟା ବିରୂପା ନଦୀ ତଟରେ ଅବସ୍ଥିତ ଗୁଣୁପୁର ଏକ ପ୍ରସିଦ୍ଧ ଗାଁ’ | ଏହି ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଶନିଶ୍ଚର ଦେବ  | ଭକ୍ତ ମାନଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଉକ୍ତ ଭବ୍ୟ ମନ୍ଦିରକୁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି  | ମନ୍ଦିର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କମିଟି ରହିଛି […]

ସଂପୂର୍ଣ୍ଣ ପଢନ୍ତୁ

ଡିଜି ପଦ ପାଇଁ ଦୁଇ ଓଡ଼ିଆ ଆଇପିଏସ୍

ଭୁବନେଶ୍ବର: ଡିଜି (DG) ପାହ୍ୟା ପାଇଁ କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟରେ ୩୩ ଜଣ IPS ଅଧିକାରୀଙ୍କୁ ମନୋନୀତ କରାଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ IPS ଅଧିକାରୀ ସ୍ଥାନ ପାଇଥିବାରୁ ରାଜ୍ୟ ପୁଲିସ ମହଲରେ ଖୁସିର ଲହରୀ ଦେଖାଦେଇଛି। ତାଲିକାର ପ୍ରଥମ ସ୍ଥାନରେ ବରିଷ୍ଠ IPS ଅଧିକାରୀ ଡ଼. ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି। ତାଙ୍କୁ ଡିଜି ପଦବୀ ପାଇଁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ

ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶନିବାର ଦିନ ରାଜ୍ୟର ପ୍ରଥମ ମହିଳା ଡକ୍ଟର ଜୟଶ୍ରୀ କମ୍ଭମପାଟିଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶନିବାର ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରେଳ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ ହବ୍‌ରେ ପରିଣତ କରିବା ପାଇଁ କରାଯାଉଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରାଜ୍ୟପାଳ ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୁଲିସ ଅଧୀକ୍ଷକ ପ୍ରତୀକ ସିଂହ ଏବଂ ରେଳ […]

ସଂପୂର୍ଣ୍ଣ ପଢନ୍ତୁ

ଚାମେଲିଙ୍କୁ ମେଡିକାଲରେ ଭେଟିଲେ ପିସିସି ସଭାପତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁବ୍ୟବହାର ଓ ମାଡ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।  ଆଜି ଜିଲ୍ଲା କଂଗ୍ରେସ ମହାକାଳପଡା ଥାନା ଆଗରେ ଧାରଣାରେ ବସିଥିବା ବେଳେ ଅପରାହ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅସୁସ୍ତ ଚାମେଲି ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ୍ କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବା ଓ ସାହିତ୍ୟ ସାଧନାର ଅନନ୍ୟ ସମନ୍ୱୟ: ବହୁମୁଖୀ ପ୍ରତିଭାଧାରୀ ଇଂ. ଗୋପାଳ କୃଷ୍ଣ ଦାସ

କଟକ: ଜଣେ ମଣିଷ କିନ୍ତୁ ପରିଚୟ ଅନେକ। କେତେବେଳେ ସେ ଜଣେ ନୀତିନିଷ୍ଠ ଲେଖକ ତ ପୁଣି କେତେବେଳେ ଜଣେ ଦରଦୀ ସମାଜସେବୀ। କେତେବେଳେ ସେ ମୋଟିଭେସନାଲ ସ୍ପିକର ଭାବେ ଯୁବପିଢ଼ିଙ୍କୁ ପ୍ରେରଣା ଦିଅନ୍ତି ତ ପୁଣି କେତେବେଳେ ଆଇଟି ବିଭାଗର ଗବେଷକ ଭାବେ ନୂତନ ଜ୍ଞାନକୌଶଳର ସନ୍ଧାନ କରନ୍ତି। ସେ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ରାଉତସାହି ଗ୍ରାମର ସୁଯୋଗ୍ୟ ସନ୍ତାନ ଇଂ. ଗୋପାଳ କୃଷ୍ଣ ଦାସ। ଇଂ. ଦାସ କେବଳ ଜଣେ ବୃତ୍ତିଧାରୀ ଯନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଚା ଖଟିରେ, ଦୈନିକ ସମ୍ବାଦପତ୍ର ପଢିବାପାଇଁ ଗ୍ରାହକ ମାନଙ୍କ ଭିଡ଼ଜମୁଛି

ଝଙ୍କଡ଼ :  ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଚା ଖଟିରେ, ପ୍ରତିଦିନ ସକାଳବେଳା ବିଭିନ୍ନ ଦୈନିକ ସମ୍ବାଦପତ୍ର ପଢିବା ସହିତ ସମ୍ପ୍ରତି ରାଜନୈତିକ ପାଣିପାଗ ଉପରେ ଆଲୋଚନା କରୁଥିବା ଗ୍ରାହକ ମାନଙ୍କ ଭିଡ଼ ସେତିକି ବଢ଼ିବଢ଼ି ଚାଲିଛି | ତେବେ କିଛିମାସ ପୂର୍ବରୁ, ସାରଳାରୋଡ଼, ଦୋସଡିକ ଛକ ରୁ ଝଙ୍କଡ଼ ସାରଳା ପୀଠ କୁ ଯାଇଥିବା ରାସ୍ତାର, କୁଳୁସାହି, ତ୍ରିନାଥ ବଜାର ଛକ ରେ, ଚା ଖଟି, ନାମରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିକୁ ଘେରିଲା ବିଜେଡି, ୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

ଭୁବନେଶ୍ବର ୧୦।୬:୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ପ୍ରେସ୍ମିଟ୍କରିବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ୟୁ-ଟର୍ଣ୍ଣ ଗଣାଇଲେ । ୧. ଭତ୍ତା ପ୍ରସଙ୍ଗ ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି […]

ସଂପୂର୍ଣ୍ଣ ପଢନ୍ତୁ