Cyber Crime 1 750x430

ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’, ସେମାନଙ୍କୁ ଜେଲ୍ ଭିତରେ ରଖିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଜାଲିଆତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ସାଇବର ନିବେଶ ଠକେଇ ମାମଲାରେ ସଂପୃକ୍ତ ଅଭିଯୁକ୍ତର ଜାମିନ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବା ସହ ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’ ଏବଂ ସେମାନଙ୍କୁ ଜେଲ୍ କୋଠରୀ ଭିତରେ ରଖିବା ଦ୍ୱାରା ହିଁ ସମାଜର ସର୍ବୋତ୍ତମ ହିତ ସାଧନ ହୋଇପାରିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) […]

ସଂପୂର୍ଣ୍ଣ ପଢନ୍ତୁ

ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହାଇକୋର୍ଟରେ ପହଞ୍ଚିଲା ଚାମେଲି ଓଝା ମାମଲା: ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି

କଟକ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ଓ ଥାନାରେ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦର୍ଶଯାଇଛି। ଏହି ଜନସ୍ୱାର୍ଥ ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ “ଏକ ରାଜ୍ୟ – ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ” (One State – One Global Destination) ଯୋଜନା ଅଧୀନରେ ଓଡ଼ିଶାର ଦୁଇଟି ସ୍ଥାନ ‘ପୁରୀ-କୋଣାର୍କ’ ଓ ’ହୀରାକୁଦ-ଦେବ୍ରୀଗଡ଼’ର ବିକାଶ କରାଯିବ। ଆଜି ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ଆଜି (ବୁଧବାର) ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ” ସମ୍ପର୍କିତ […]

ସଂପୂର୍ଣ୍ଣ ପଢନ୍ତୁ

ସନ୍ଦେହ ଘେରରେ ଯୁବକଙ୍କ ହତ୍ୟା, ପଚରାଉଚୁରା ପାଇଁ ଦୁଇଜଣଙ୍କୁ ଅଟକ ରଖିଛି ପାହାଳ ଥାନା ପୋଲିସ

ଫୁଲନଖରା :  ପାହାଳଥାନା ଅନ୍ତର୍ଗତ ଅନନ୍ତପୁର ସ୍ଥିତ ସିନର୍ଜି କଲେଜ ପାଖ କେନାଲ ପାର୍ଶ୍ୱରେ ବିଳମ୍ବିତ ରାତ୍ରିରେ ଏକ ଯୁବକ ଅନନ୍ତପୁରସ୍ଥିତ ତଳ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା(୩୦) ନାମକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ସମୟରେ ନାଳ ପାଖରେ ଏକ କଳାରଙ୍ଗର ସ୍କୁଟି ପଡ଼ିଥିବା ଦେଖି ଲୋକମାନେ ପାଖକୁ ଯାଇଁ ଦେଖିବାକୁ ପାଇଲେ ଏକ ମୃତ୍ୟୁଦେହ ପଡିଛି। ଲୋକେ ସଙ୍ଗେସଙ୍ଗେ ପାହାଳ ଥାନାକୁ ଖବର ଦେଇଥିଲେ। ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ଶୋକାକୁଳ ପରିବେଶରେ ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ପାର୍ଥିବ ଶରୀର

ମାହାଙ୍ଗା : ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଦିନ ହେଉ ବା ରାତି, ସବୁ ସମୟରେ ସମାଜର ବୃହତ୍ତର ସ୍ୱାର୍ଥ ତଥା ନିଷ୍ପେଷିତ ଜନସାଧାରଣଙ୍କ ହକ ପାଇଁ ସେମାନେ ନିରନ୍ତର କାର୍ଯ୍ୟ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ, ନିଷ୍ଠାପର, ଦାୟୀତ୍ୱସମ୍ପନ୍ନ ତଥା ସଦା କର୍ମଚଞ୍ଚଳ ଯୁବ ସାମ୍ବାଦିକ ଥିଲେ ଦୀପକ ସାହୁ। ବୁଧବାର ଭୋର ସମୟରେ ଚିକିତ୍ସିତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅକାଳ ବିୟୋଗ ଘଟିଛି। ମାହାଙ୍ଗା ଥାନା ଅନ୍ତର୍ଗତ ପଣସପୁର ଗ୍ରାମର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଙ୍କ ନିତ୍ୟସେବକ ଧ୍ରୁବଚରଣ ରାଉଳଙ୍କ ବିୟୋଗରେ ଶୋକ

 ଝଙ୍କଡ଼ : ଝଙ୍କଡ଼ର ଅଧିଷ୍ଠାତ୍ରୀଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ତଥା ଦୈନିକସମ୍ବାଦପତ୍ର ସମ୍ବାଦର ନିୟମିତ ପାଠକ ଧ୍ରୁବଚରଣ ରାଉଳ (78) ଙ୍କ ର ଗତଶେଷରଜ ଦିନ ଅପରାହ୍ନ ରେ ପରଲୋକ ହୋଇଯାଇଛି l କିଛିଦିନ ପୂର୍ବରୁ ସେ ଏସ ସି ବି ମେଡିକାଲ ରେ ଚିକିଶ୍ଚିତ ହୋଇ ଘରକୁ ଫେରିଥିଲେ l ତାଙ୍କର ବିୟୋଗରେ ସାରଳାମନ୍ଦିରର ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଙ୍କ ସମେତ ଯୁଧିଷ୍ଠିର ରାଉଳ ବିରଞ୍ଚି ଦାଶ, ଶରତ ମହାପାତ୍ର, ମାନସ […]

ସଂପୂର୍ଣ୍ଣ ପଢନ୍ତୁ

UPSC: ପ୍ରିଲିମ ପରୀକ୍ଷା ପେପର ଲିକ୍‌ ହୋଇଥିବା ଅଭି‌ଯୋଗ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ୨୦୨୬କୁ ନେଇ ଏକ ସଦ୍ୟ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ଦଳର ଛାତ୍ର ଶାଖା ଏନ୍‌ଏସୟୁଆଇ ( ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିଅନ ଅଫ ଇଣ୍ଡିଆ) ପରୀକ୍ଷାରେ ଅନିୟମିତତା ଏବଂ ଏକ ସମ୍ଭାବ୍ୟ ପେପର ଲିକ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନ୍‌ଏସୟୁଆଇ ଏହି ପ୍ରସଙ୍ଗରେ ୟୁପିଏସ୍‌ସି ( ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଠାରୁ ସ୍ପଷ୍ଟୀକରଣ ମାଗିଛି ଏବଂ ଘଟଣାରେ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

ଇରାନ ପାଖରେ ପରମାଣୁ ଅସ୍ତ୍ର ଥିଲେ ଅବିଶ୍ୱସନୀୟ ପରିଣାମ ଭୋଗିବାକୁ ପଡ଼ିବ: ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ କଦାପି ଆଣବିକ ଅସ୍ତ୍ର ହାସଲ କରିବା ଉଚିତ ନୁହେଁ ଏବଂ ଯଦି ଏହା ପାଖରେ ପରମାଣୁ ଅସ୍ତ୍ର ଥିବ ତା’ହେଲେ ତେବେ ଏହାର ଅବିଶ୍ବସନୀୟ ପରିଣାମ ଭୋଗିବାକୁ ପଡ଼ିବ। ଜି-୭ ଶିଖର ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି। ଆଣବିକ ଅସ୍ତ୍ର ହାସଲ କରବାରୁ ଇରାନକୁ ରୋକିବା ଏକ ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ବ୍ୟତୀତ ଆମେରିକାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ’ଏସ୍‌ଆଇଆର୍‌’: ୩ କୋଟି ୧୬ ଲକ୍ଷ ଭୋଟରଙ୍କ ମ୍ୟାପିଂ ସଫଳ

ଭୁବନେଶ୍ବର: ରାଜ୍ୟର ମୋଟ ୩ କୋଟି ୩୩ଲକ୍ଷ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାକ୍‌ ଏସ୍‌ଆଇଆର୍‌ରେ ୩କୋଟି ୧୬ଲକ୍ଷ ଅର୍ଥାତ୍‌ (୯୪.୬%) ପ୍ରତିଶତ ଭୋଟରଙ୍କ ମ୍ୟାପିଂ (ତଥ୍ୟା ସମନ୍ବୟ) ସଫଳତାର ସହକାରେ ଶେଷ ହୋଇଛି ବୋଲି ଆଜି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମର ସମୀକ୍ଷା ବୈଠକରୁ ଜଣାଯାଇଛି। ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମ ଦିନରେ ଭୁବନେଶ୍ୱର ରେ ସମୀକ୍ଷା କରିଛନ୍ତି। ଆସନ୍ତକାଲି ଗଞ୍ଜାମଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ