ସାରଳା ଘଣ୍ଟବାଦ୍ୟରେ ପ୍ରକମ୍ପିତ ହେଲା ହାଇଦ୍ରାବାଦର ରଥଯାତ୍ରା

ଝଙ୍କଡ଼  :  ଭାରତବର୍ଷର ବହୁ ପ୍ରସିଦ୍ଧସ୍ଥାନ ମାନଙ୍କରେ, ସାରଳା ଘଣ୍ଟବାଦ୍ୟ ଓ ଘଟନୃତ୍ୟ ଯଥେଷ୍ଟ ସୁନାମ ସୁଖ୍ୟାତି ଅର୍ଜ୍ଜନ କରିଥିଲା ବେଳେ, ଚଳିତବର୍ଷ ରଥଯାତ୍ରା ରେ ହାଇଦ୍ରାବାଦ ର ସହଦନଗର ସ୍ଥିତ, ଜୟ ଜଗନ୍ନାଥ ସ୍ୱାମୀ ସେବାଟ୍ର୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ରଥଯାତ୍ରା ରେ ଘଣ୍ଟବାଦ୍ୟ ପରିବେଷଣ କରି ଯାତ୍ରାପଥ କୁ ପ୍ରକମ୍ପିତ କରିଦେଇ ଥିଲେ l ସେବାଟ୍ରଷ୍ଟ ର ସଭାପତି ଦିବ୍ୟରଞ୍ଜନ ନାୟକ ଓ ଟ୍ରଷ୍ଟର ଅଧ୍ୟକ୍ଷ କାର୍ତ୍ତିକ ଦାଶ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୀତି ନିର୍ଘଣ୍ଟ;ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା

ପୁରୀ:ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି କରାଯାଇଛି। ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ। ସୂଚନା ଅନୁସାରେ, ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ। ଏହାପରେ ସକାଳ ସାଢ଼େ ୯ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ପରମ୍ପରାଗତ ‘ଛେରା […]

ସଂପୂର୍ଣ୍ଣ ପଢନ୍ତୁ

ସିଏମଓରୁ ଫାଇଲ୍ ଗାଏବ ଘଟଣା: ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପୋଲିସ ସମନ୍ ଜାରି କରିଛି।ପୋଲିସ ପକ୍ଷରୁ ଜାରି ସମନ୍‌ରେ ଉଭୟ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀ (IO)ଙ୍କ ସମ୍ମୁଖରେ ତିନି ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି। ସିଏମଓରୁ ଫାଇଲ୍ ନ ମିଳିବା ଘଟଣାର ପ୍ରକୃତ […]

ସଂପୂର୍ଣ୍ଣ ପଢନ୍ତୁ

ବାୟା ଅବଧୂତ କଲେଜରେ ରେଡ୍ କ୍ରସ ତରଫରୁ ବନମହୋତ୍ସବ

ଝଙ୍କଡ : ରେଡ୍ କ୍ରସ ସୋସାଇଟି ତରଫରୁ ବନମହୋତ୍ସବ କାର୍ଯ୍ୟ କ୍ରମ ବାୟା ଅବଧୂତ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାଉନସେଲର ମନୋରଞ୍ଜନ ଦାସଙ୍କ ତତ୍ତ୍ଵାବଧାନରେ ଓ ଲେଡି କାଉନସେଲର ସାଗରିକା ଦାସଙ୍କ ସହଯୋଗରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ସମ୍ପର୍କିତ ଆଲୋଚନା ମାଧ୍ୟମରେ ସଚେତନତା କରିବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବରେ ବ୍ୟାପକ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ଗୁଡିକ ର ସୁରକ୍ଷା ପାଇଁ ରେଡ୍ କ୍ରସ ସୋସାଇଟି […]

ସଂପୂର୍ଣ୍ଣ ପଢନ୍ତୁ

ହଂସୁଆନଦୀ ଗର୍ଭ କଲିକତିଦଳରେ ପରିପୂର୍ଣ୍ଣ : ଜଳନିଷ୍କାସନ ବ୍ୟାହତ, ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀମାନେ କରୁଛନ୍ତି କଣ ?

ଝଙ୍କଡ଼ :  ସମ୍ପ୍ରତି ଚାଷବାସ କାମ ଆରମ୍ଭ ହୋଇଥିବା ବେଳେ, ହଂସୁଆ ନଦୀ ର ଉଭୟପାର୍ଶ୍ଵରେ ଥିବା ଶହଶହ ହେକ୍ଟର ଚାଷଜମି ଉପରୁ ଜଳନିଷ୍କାସନ ପାଇଁ ଘୋରସମସ୍ୟା ଦେଖାଯାଇଛି l ତଣ୍ଡିକୁଳ ଠାରୁ ବେଗୁନିଆ, ବେଗୁନିଆ ଠାରୁ ରସୁଲପୁର ଓ ରସୁଲପୁର, ବରୁଣପଡା ସଅଁରା ଠାରୁ ନାଲିବର ପର୍ଯ୍ୟନ୍ତ ମାଇଲ ମାଇଲ ଧରି ଏହି ହଂସୁଆନଦୀ ଗର୍ଭ, କଲିକତିଦଳ ରେ ପରିପୂର୍ଣ୍ଣ ହୋଇଯାଉଥିବାରୁ, ଚାଷକ୍ଷେତ ର ବଳକାଜଳ ନିଷ୍କାସିତ ହୋଇପାରୁନାହିଁ l ପ୍ରତିବର୍ଷ ଏହି ଦଳସଫେଇ ଓ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକ ସ୍କୁଲ ପରିସରରେ ପାଣି : କୁନିକୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନବାଚୀ

ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚାରେ ଦୀର୍ଘ ତିରିଶବର୍ଷ ଧରି, ଖୋଲାଯାଇଥିବା ସାରଳା ପବ୍ଲିକ ସ୍କୁଲ ପରିସରରେ ବର୍ଷାଋତୁ ଆରମ୍ଭ ହେବାଦିନ ଠାରୁ ପାଣିଜମିରହିଛି l ଯାହା ଫଳରେ ଏଠାରେ ପାଠପଢ଼ୁଥିବା ଶତାଧିକ କୋମଳମତି ଛାତ୍ରଛାତ୍ରୀ ମାନେ, ଏହି ପାଣିକାଦୁଅ ରେ ଯାତାୟତ କରି ଥଣ୍ଡା ଓ ଜ୍ୱରରୋଗ ରେ ପୀଡ଼ିତ ହେଉଛନ୍ତି l ଏଥିପାଇଁ ଅବିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ପବ୍ଲିକସ୍କୁଲର ନିଜସ୍ୱ ଆୟରେ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ନିୟମିତ ଦରମା […]

ସଂପୂର୍ଣ୍ଣ ପଢନ୍ତୁ

ହେ ମୃତ୍ୟୁ! ମୋତେ ନେଇଯାଅ : କର୍କଟ ଯନ୍ତ୍ରଣା ଜର୍ଜରିତ ସରୋଜିନୀଙ୍କ ବିକଳ ଚିତ୍କାର

ଝଙ୍କଡ଼ : ମୃତ୍ୟୁ ଯଦି ନିଶ୍ଚିତ, ତେବେ ସହସା ମରିଯିବା ଭଲ। ମାତ୍ର ଅସାଧ୍ୟ କର୍କଟ ରୋଗାଗ୍ରସ୍ତ ବ୍ୟକ୍ତି ଯେ ପ୍ରତିକ୍ଷଣରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରି ଯେଉଁ କଷ୍ଟ ଯନ୍ତ୍ରଣା ଭୋଗ କରେ ବାସ୍ତବିକ୍ ତାହା ଅବର୍ଣ୍ଣନୀୟ। ଦାରିଦ୍ର୍ୟ ସହ କର୍କଟ ରୋଗ, ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ପରି। ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବତା। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଦଶମାଣପୂର୍ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବସମାଜସେବୀ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କୁ ବିଦ୍ୟାଳୟ ଏସଏମସି କମିଟିର ସଭାପତି ମନୋନୀତ !!

ଝଙ୍କଡ଼ : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଆଇ.ଏ.ଏସ.ଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ବିଦ୍ୟାଳୟ ଗୁଡିକରେ ପରିଚାଳନା କମିଟି (ଏସଏମସି ) ଗଠନ କରିବାପାଇଁ ସମଗ୍ର ଶିକ୍ଷା ଅଭିଯାନ ର ସମସ୍ତ ଡି.ଇ.ଓ. କମ୍ ଡିପିସି ମାନଙ୍କୁ ସୂଚନା ପ୍ରଦାନ କରି ଥିଲେ !ନିର୍ଦ୍ଦେଶନାମା ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ମାତ୍ର ଏସଏମସି ଗଠନ ହେବ, ଆଉ ଏସଏମଡିସି ରହିବ ନାହିଁ ! ଦୁଇଗୋଟି ଉପ-କମିଟି ଗଠନ ହେବ, ତାହା ବିଦ୍ୟାଳୟ ଭବନ କମିଟି […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ, କନକପୁରର ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଝଙ୍କଡ଼  :  ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର ବିଦ୍ୟାଳୟ ପରିଚାଳନା କମିଟି ଗତ ସୋମବାରଦିନ ଗଠିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅପ୍ରତିଦ୍ବନ୍ଦିଭାବେ ଓ ସର୍ବସମ୍ମତିକ୍ରମେ ପ୍ରକାଶ ଚନ୍ଦ୍ର ସିଂହ ସଭାପତି ଓ ସ୍ମିତା ରାଉଳ ଉପସଭାପତି ଭାବେ ନିର୍ବାଚିତ କରାଯାଇଥିଲା | ମୋଟ ପନ୍ଦରଜଣ ଙ୍କୁ ନେଇ କାର୍ଯକାରୀଣୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା -ନାଲିବର ଭାୟା ବରୁଣପଡା ଆର ଡି ରାସ୍ତାକାମ ସରୁନି : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାଟବଣା

ଝଙ୍କଡ଼  : ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ସଅଁରା ପଞ୍ଚାୟତ ର ହାଇସ୍କୁଲ ପାଖରୁ ବିଗତ ତିନିବର୍ଷ ହେଲା ଆରମ୍ଭ ହୋଇଥିବା ସଅଁରା,-ନାଲିବର ଭାୟା ବରୁଣପଡା ଛଅକିଲୋମିଟର ରାସ୍ତାକାମ ଆଜିପର୍ଯ୍ୟନ୍ତ ଶେଷହୋଇପାରିନାହଁ l ମୁଖ୍ୟମନ୍ତ୍ରୀ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତାକାମ ଆର ଡି ବିଭାଗ ଦ୍ୱାରା କରାଯାଉଥିବା ବେଳେ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ, ପ୍ରାଥମିକ ପର୍ଯ୍ୟାୟ ରେ ରାସ୍ତାଉପରେ ଯେଉଁ ସ୍ପଲମହରମ ଓ ମେଟାଲ ଚିପ୍ସ ଆଦି ପଡିଥିଲା, ସେଗୁଡିକ ଅଧିକାଂଶ ସ୍ଥାନରୁ ଉଠିଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ