Farmer

୨୦୨୬-୨୭ ଖରିଫ ଧାନ ବିକ୍ରି: ୧୫ ଦିନରେ ପଞ୍ଜୀକରଣ କଲେଣି ୫ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନସୁଦ୍ଧା ରାଜ୍ୟର ପ୍ରାୟ ସାଢ଼େ ୫ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୬ ତାରିଖରୁ ଆରମ୍ଭ ହୋଇଥିଲା ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ), ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି। ଏବେ ପ୍ରତିଦିନ ହାରାହାରି ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜୀକରଣ କରୁଥିବା ନଜରକୁ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚାୟତକୁ ବର୍ଷକୁ ଦେଢ଼ କୋଟିରୁ ୩କୋଟି ପର୍ଯ୍ୟନ୍ତ ମିଳିବ: ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାବର୍ଷ ଏପ୍ରିଲ, ମେ’ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଗ୍ରାମପଞ୍ଚାୟତଗୁଡ଼ିକୁ ସମୃଦ୍ଧ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ‘ଗ୍ରାମ ସମ୍ପଦ’ ବା ‘ବହୁମୁଖୀ ପଞ୍ଚାୟତ ସୁବିଧା ଏବଂ ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ଥାୟୀ ସମ୍ପଦର ସବୁଜ, ସୁରକ୍ଷିତ ଏବଂ ସୁଗମ ମଡେଲ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ପଞ୍ଚାୟତସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ବିଜିବିଓ, ସିଏଫ୍‌ସି, ଏସ୍‌ଏଫ୍‌ସି, ସିଏସ୍‌ଆର୍‌, ଡିଏମ୍‌ଏଫ୍‌, ବିଧାୟକ ପାଣ୍ଠି, […]

ସଂପୂର୍ଣ୍ଣ ପଢନ୍ତୁ

ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଗାଡ଼ି ଜବତ

ଭୁବନେଶ୍ୱର: ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ।ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର। ଜବତ ଗାଡ଼ିଗୁଡ଼ିକର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ, ଗାଡ଼ିର ଫିଟନେସ୍‌, ବୀମା କିମ୍ବା ଟିକସ ଭରାଯାଇନଥିଲେ ନିୟମ ଅନୁଯାୟୀ ଚାଲାଣ କଟାଯିବ। ଏହାସହ ଜବତ ଗାଡ଼ି ସମ୍ପର୍କରେ ଚାଳକ ଓ ମାଲିକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି। ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ତାଣ୍ଡବ, ଅନେକ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗୁରୁବାର ସକାଳେ ଦିଲ୍ଲୀ-ଏନ୍‌ସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା। ଏୟାରପୋର୍ଟ ରୋଡ୍‌ର ଦ୍ୱାରକା ଅଣ୍ଡରପାସ୍‌ ସମେତ ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ଗତ ଚାରି ଦିନ ଧରି ବର୍ଷା ଜାରି ରହିଛି। ଗତ ତିନି ଦିନରେ ୨୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନେକ ସହରାଞ୍ଚଳରେ ପାଞ୍ଚ ଫୁଟ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀକ୍ଷେତ୍ର ପୁରୀ ରେ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ, ଜଗତସିଂହପୁରର ଯୁବବର୍ଗ

ଝଙ୍କଡ଼  : ଦେଶର ଭବିଷ୍ୟତ ଗଢିତୋଳିବା କ୍ଷେତ୍ରରେ ଯୁବ ଓ ଛାତ୍ର ଗୋଷ୍ଠୀ ର ପ୍ରମୁଖ ଭୂମିକା ଥିବାବେଳେ ବିଭିନ୍ନ ନିଶାଦ୍ରବ୍ୟ ସେବନ ସେମାନଙ୍କୁ ପଥଭ୍ରଷ୍ଟ କରୁଛି l ଏହି ବିପଦଜନକ ସ୍ଥିତି ରୁ ସମାଜକୁ ରକ୍ଷାକରିବା ପାଇଁ, ବାଣୀଧାରା ତରଫରୁ,WADA ( war Against Drug Abuse ) ଅଭିଯାନ ମାଧ୍ୟମରେ ଗତ ସ୍ୱାଧୀନତାଦିବସ ଠାରୁ ଅଗଷ୍ଟ ଉଣେଇଶ ପର୍ଯ୍ୟନ୍ତ ଏକ ସଚେତନତା ଅଭିଯାନ ପାରାଦ୍ୱୀପ ରୁ ବାହାରି ଜଗତସିଂହପୁର, କଟକ, ଭୁବନେଶ୍ୱର ରେ କାର୍ଯ୍ୟକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱରରେ ଗର୍ଜିଲେ ଅନଲାଇନ୍‌ ଚାଳକ; ତୃତୀୟ ଦିନରେ ଆନ୍ଦୋଳନ ତୀବ୍ର

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍‌ ଚାଳକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ତୃତୀୟ ଦିନରେ ତୀବ୍ର ହୋଇଛି। ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ OLA, Uber ଓ Rapido ଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି। ପ୍ରାପ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ଚାଳକମାନଙ୍କ ଅଭିଯୋଗ ଅନୁସାରେ, ଅନଲାଇନ୍‌ କ୍ୟାବ୍‌ ଓ ବାଇକ୍‌ ସେବାରେ ଦୀର୍ଘ ସମୟ କାମ କରିବା ସତ୍ତ୍ୱେ ଆୟ ଅନୁପାତରେ ଖର୍ଚ୍ଚ […]

ସଂପୂର୍ଣ୍ଣ ପଢନ୍ତୁ
Heavy Rain

୨୫ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ୩ ମାସରେ ୧୧୦୦ ମିମି

ଭୁବନେଶ୍ବର: ଚଳିତବର୍ଷ ବର୍ଷା ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ରହିଛି। ଜୁନ, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୧୦୦ ମି.ମିରୁ ଅଧକ ବର୍ଷା ହୋଇଛି। ଏହି ପରିମାଣ ସ୍ୱାଭାବିକ ବର୍ଷା ପରିମାଣରୁ ୩୪ପ୍ରତିଶତ ଅଧିକ। ଗତ ୨୫ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ବି ହୋଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଓ ଯାଜପୁର ସହ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। […]

ସଂପୂର୍ଣ୍ଣ ପଢନ୍ତୁ
Hirakuda 2

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ; ଖୋଲିଲା ୨ ଗେଟ୍‌, ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୧୧ ଓ ଡାହାଣ ପାର୍ଶର ୬ଟି ମିଶି ମୋଟ୍‌ ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣ ନିର୍ମଳା ସାହୁଙ୍କ ବିୟୋଗରେ ଶୋକ

ମାହାଙ୍ଗା  : ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି,ସୁସାହିତ୍ୟିକ,ପ୍ରଫେସ ର ଡକ୍ଟର ଭୁବନାନନ୍ଦ ସାହୁଙ୍କ ସହଧର୍ମିଣୀ ନିର୍ମଳା ଦେବୀଙ୍କ ପରଲୋକ ପ୍ରାପ୍ତି ସୂଚନା ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି l ମାହାଙ୍ଗା ପଞ୍ଚାୟତ ସିପୁରା ଗ୍ରାମର ନିର୍ମଳା ଦେବୀ ଜଣେ ପରୋପକାରୀ, ମିଷ୍ଟଭାଷୀ, କଳାନୁରାଗୀ ମହିଳାଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ l ସଂସ୍କୃତିପ୍ରେମୀ ହୃଷିକେଶ ଲାଲ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, […]

ସଂପୂର୍ଣ୍ଣ ପଢନ୍ତୁ

ଚିନ୍ତାରେ ତାମିଲନାଡୁ ସରକାର;ଛାତ୍ର ଆନ୍ଦୋଳନକୁ ନେଇ ସରକାରଙ୍କ ୟୁ-ଟର୍ଣ୍ଣ, ରଦ୍ଦ ହେଲା ଅଗଷ୍ଟ ୧୪ ନିର୍ଦ୍ଦେଶ

ଚେନ୍ନାଇ: ଛାତ୍ର ଆନ୍ଦୋଳନକୁ ନେଇ ଜାରି କରିଥିବା ନିର୍ଦ୍ଦେଶନାମାରୁ ୟୁ-ଟର୍ଣ୍ଣ ନେଇଛନ୍ତି ତାମିଲନାଡୁର କ୍ଷମତାସୀନ ବିଜୟ ସରକାର। ଅଗଷ୍ଟ ୧୪ରେ ଛାତ୍ରଛାତ୍ରୀଙ୍କୁ ବାମପନ୍ଥୀ ଓ ତାମିଲନାଡୁ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଓ ପ୍ରତିବାଦ ସଭାରେ ସାମିଲ ନହେବାକୁ ଜାରି ହୋଇଥିବା ନିର୍ଦ୍ଦେଶକୁ ବୁଧବାର ପ୍ରତ୍ୟାହାର କରିନେଇଛନ୍ତି ସରକାର। ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ଆନ୍ଦୋଳନଠାରୁ ଦୂରେଇ ରହିବାକୁ କୁହାଯାଇଥିଲା। ବିଶେଷକରି ସିଜେପି ଓ ବାମପନ୍ଥୀ […]

ସଂପୂର୍ଣ୍ଣ ପଢନ୍ତୁ