ମାହାଙ୍ଗା, ୧୩/୧୧ (ଆ.ପ୍ର.): କୁହୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନଗୁରିଆ ଗ୍ରାମର ଅଗ୍ରଣୀ କୃଷକ, ଧର୍ମପ୍ରାଣ ବ୍ୟକ୍ତି, ପରୋପକାରୀ ତଥା ମିଷ୍ଟଭାଷୀ ପୁରୁଷ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପୃଷ୍ଟିଙ୍କ ସ୍ମୃତିରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜୀବିତାବସ୍ଥାରେ ଗୋପାଳ ଚନ୍ଦ୍ର ଜଣେ ଶାନ୍ତ, ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ସେ ଜଣେ ପରିଶ୍ରମୀ, କର୍ମତତ୍ପର, ସତ୍ୟବାଦୀ ଓ ଅହଂକାରଶୂନ୍ୟ ମଣିଷର ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କ ବିୟୋଗର ଦୁଇ ଦଶନ୍ଧି ପରେ ମଧ୍ୟ ଲୋକେ ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କର ପରୋପକାରୀ ଗୁଣ ଓ ଆଦର୍ଶ ଜୀବନଶୈଳୀ ଆଜି ବି ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଛି।
ପରିବାର ପକ୍ଷରୁ ପୁତ୍ରମାନେ ଏକତ୍ରିତ ହୋଇ ସ୍ୱର୍ଗତ ପୃଷ୍ଟିଙ୍କ ଅସ୍ଥି ବିସର୍ଜନ ପର୍ବ ଓ ଶ୍ରାଦ୍ଧକର୍ମ ସମ୍ପାଦନ କରାଇଥିଲେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରାହ୍ମଣ ଓ ପୁରୋହିତମାନଙ୍କ ଉପସ୍ଥିତିରେ ଦିବଂଗତ ଆତ୍ମାର ସଦ୍ଗତି କାମନା କରି ପରିବାର ସଦସ୍ୟମାନେ ସମବେତ ପ୍ରାର୍ଥନା କରିଥିଲେ।
ସାମାଜିକ କର୍ମୀ ଅଖିଳେଶ ପଦ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ଆମନ୍ତ୍ରିତ ଅତିଥି ଯୋଗଦେଇଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ପୃଷ୍ଟିଙ୍କ ଫଟୋଚିତ୍ର ନିକଟରେ ଧୂପ-ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା।
ଏହି ଅବସରରେ ଅନନ୍ତ ଚରଣ ପଣ୍ଡା, ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଗଣନାକାର ଭରତ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ଦାସ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର, ପଣ୍ଡିତ ବିଜୟ କୁମାର ଦାସ, ବଟକୃଷ୍ଣ ଦାସ, ଗ୍ରାମର ମୁରବି ଗୋକୁଳାନନ୍ଦ ପୃଷ୍ଟି, ରାମଚନ୍ଦ୍ର ପୃଷ୍ଟି, ସମାଜସେବୀ ପଞ୍ଚାନନ ପଣ୍ଡା, ସମ୍ବିତ ମହାନ୍ତି, ସାରିକା ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ବିହାର ବିହାରୀ ପଣ୍ଡା, ସାମ୍ବାଦିକ ଅଶୋକ ଦାଶ, ୱାର୍ଡସଭ୍ୟ ଶ୍ୟାମ ସୁନ୍ଦର ମୁଦୁଲି, ସମବାୟବିତ୍ ରମାକାନ୍ତ ପଣ୍ଡା, ବିଭୁଦତ୍ତ ମହାନ୍ତି, ବସନ୍ତ କୁମାର ପୃଷ୍ଟି, ସୁକାନ୍ତ ପୃଷ୍ଟି, ରବୀନ୍ଦ୍ର ପୃଷ୍ଟି, ଛବୀନ୍ଦ୍ର ପୃଷ୍ଟି, ନୃସିଂହ ଚରଣ ପୃଷ୍ଟି, ରଞ୍ଜନ ପୃଷ୍ଟି, ଗୌତମ ପୃଷ୍ଟି, ଦୀପକ ପୃଷ୍ଟି, ବିଶ୍ୱଜିତ ପୃଷ୍ଟି, ବିଜୟ ପୃଷ୍ଟି, ଅଜୟ ପୃଷ୍ଟି, ଗଣେଶ ବିହାରୀ, ଶୁଭ୍ରାଂଶୁ ପୃଷ୍ଟି, ଦିଲ୍ଲୀପ ପୃଷ୍ଟି, ପ୍ରଦୀପ୍ତ ପୃଷ୍ଟି, ଲକ୍ଷ୍ମୀକାନ୍ତ ପୃଷ୍ଟି ଏବଂ ଦୁର୍ଗେଶ ନନ୍ଦିନୀ ପୃଷ୍ଟି ପ୍ରମୁଖ ସ୍ୱର୍ଗତ ଗୋପାଳ ଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତ ପୃଷ୍ଟିଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।
