ହରିଚନ୍ଦନପୁରର ଦୁର୍ଗମ ନୁଲୁ ଗ୍ରାମରେ ସେବା ଓ ସ୍ନେହର ମହାମିଳନ: ସାଧାରଣତନ୍ତ୍ର ଦିବସରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ

କେନ୍ଦୁଝର (ପ୍ରଦୀପ ଦାସ)   : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁଲୁ ଗ୍ରାମଠାରେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଫାଉଣ୍ଡେସନର ବରିଷ୍ଠ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଓ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଦସ୍ୟ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମାନବିକ ସେବା […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁର ଜାମିଆଅଲ ହବିବରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଦେଶ ମାତୃକାର ସେବା ପାଇଁ ଶପଥ

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ‘ଜାମିଆଅଲ ହବିବ’ ଅନୁଷ୍ଠାନ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଗୁଲାମ ରବାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶ ମାତୃକାର ସେବା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକ ସ୍କୁଲରେ ୭୭ତମ ଜନରାଜ୍ୟ ଦିବସ ପାଳନ

ଝଙ୍କଡ଼ :   ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସ୍କୁଲ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଡାକ୍ତର, ଇଞ୍ଜିନିଅର ଠାରୁ ଆରମ୍ଭ କରି ବହୁ ବଡ଼ବଡ଼ ପଦପଦପି ରେ ନିଯୁକ୍ତି ପାଇ, ପ୍ରତିଷ୍ଠିତ ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଝଙ୍କଡ଼ ସାହିତ୍ୟ ସଂସଦର କବିତା ଆସର

ଝଙ୍କଡ଼ :  ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ର ସାରଳା ଦାସ ସ୍ମୃତି ଭବନରେ, ସାରଳାଦାସ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ, ରାଜ୍ୟ ସ୍ତରୀୟ କବିତା ଆସର, ଗତ ଜାନୁଆରୀ 26 ତାରିଖ ଦିନ ପୂର୍ବାହ୍ନରେ, ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କଵୟତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଜାତୀୟ ସାହିତ୍ୟ ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଦୁଇଦିନିଆ ବାଣୀପର୍ବ ସାରସ୍ୱତ ସମ୍ମେଳନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଗତ ରବିବାର ମାଘସପ୍ତମୀ ଦିନ ଅପରାହ୍ନ ରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇ ସାରଳା ଦାସ ଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ରାଜନୈତିକ ମତବାଦ ରୁ ଉର୍ଧ୍ଵରେ ରହି ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l […]

ସଂପୂର୍ଣ୍ଣ ପଢନ୍ତୁ

ଏକା ସାଙ୍ଗରେ ଜଳିଲା ୨ଟି ଯୁଇ,ଶବକୁ କାନ୍ଧଦେଲେ ପୂର୍ବତନ ମନ୍ତ୍ରୀ

ମାହାଙ୍ଗା  : ମୃତ୍ୟୁ କେତେବେଳେ ଆସିବ କାହାକୁ ଜଣା ନଥାଏ । କିନ୍ତୁ ଜଣେ ସଂସାରରୁ ବିଦାୟ ନେବାର ମାତ୍ର କେଇଘଣ୍ଟା ଭିତରେ ସେହି ପରିବାରରୁ ଆଉ ଜଣଙ୍କ ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦ ଖବର । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଂଚାୟତ ଅନ୍ତର୍ଗତ ଧଉଳିଆ ଗ୍ରାମର ମୁରବୀ, ବର୍ଷିଆନ ସମାଜସେବୀ ରାଧାନାଥ ରାଉତଙ୍କ ଶନିବାର ପୂର୍ବାହ୍ନରେ ପରଲୋକ ଘଟିବା ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବର ଉଦଘାଟନୀ ଉତ୍ସବ

ଝଙ୍କଡ଼ : ଆଦିକବି ଶୁଦ୍ରମୁନି ସାରଳାଦାସଙ୍କ ଓଡ଼ିଆ ଭାଷାସାହିତ୍ୟ ପ୍ରତି ଅନ୍ୟନ ଅବଦାନର ଛଅଶହବର୍ଷ ପୂର୍ତ୍ତି ଅବସରରେ ଜାତୀୟ ସାହିତ୍ୟ ମହୋତ୍ସବ, ବାଣୀପର୍ବ 2026-27 ର ଉଦଘାଟନ ଉତ୍ସବ ଗତ ଶନିବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଯୋଗଦେଇ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ରେ ଭିନ୍ନଭିନ୍ନ ସ୍ୱତନ୍ତ୍ର ଚରିତ୍ର ର ଅବତାରଣା କରାଯାଇଥିବା ବେଳେ ଆମ […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗା : ୧୮୩ ବର୍ଷରେ ସାହାପୁର ଗ୍ରାମର ସରସ୍ଵତୀ ପୂଜା

* ୧୮୪୩ ମସିହାରେ ଗାଁ ଚାଟଶାଳୀ ରେ ହୋଇଥିଲା ଆରମ୍ଭ * ତ୍ରୀ-ଦିବସୀୟ ପୂଜା ରେ ମାନସିକଧାରୀ ପରିବାରଙ୍କ ପକ୍ଷରୁ ପ୍ରସାଦ ଲାଗି ହୁଏ ମାହାଙ୍ଗା , ୨୪/୧ ( ଅଜୟ କୁମାର ମହାନ୍ତି ) : ପୂର୍ବକାଳରେ ବିଦ୍ୟାର୍ଥୀମାନେ ଋଷି ଆଶ୍ରମରେ ରହି ବିଦ୍ୟାଶିକ୍ଷାକରି ନିଜ ଜୀବନକୁ ଗଢିବା ସହ ସୁନିୟନ୍ତ୍ରିତ କରୁଥିଲେ । ସେହି ନ୍ୟାୟରେ ଗଢି ଆସିଥିବା ଗୁରୁ ଛାତ୍ର ପରମ୍ପରାର ଅନନ୍ୟ ନମୁନା ହେଉଛି “ଚାଟଶାଳୀ ପାଠ” । ଏହି ପରମ୍ପରାକୁ […]

ସଂପୂର୍ଣ୍ଣ ପଢନ୍ତୁ

ବସନ୍ତପଞ୍ଚମୀରେ ଝଙ୍କଡ଼ ସାରଳାଙ୍କ ସରସ୍ବତୀ ବେଶ : ସହସ୍ରାଧିକ ଭକ୍ତ ସମାବେଶ

ଝଙ୍କଡ଼ : ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଉପଲକ୍ଷେ, ଉତ୍କଳଭାରତୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରତ୍ୟୁଷ ରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଝଙ୍କଡ଼ ସାରଳା ପୀଠ ଶହସ୍ରାଧିକ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା । ବିଶେଷ କରି ବିଦ୍ୟାର୍ଥୀ, କବି, ଲେଖକ ଓ ବହୁ କଳାକାର ମାନେ ମାଆଙ୍କ ପାଖରେ ଭୋଗରାଗ କରିବା ସହିତ କଲମ, ଖାତା ଆଦି ମଧ୍ୟ ପୂଜାକରିଥିଲେ । ସନ୍ଧ୍ୟା ଆରତୀ ସମୟ ରେ ଭକ୍ତମାନଙ୍କୁ ମା ସରସ୍ବତୀ […]

ସଂପୂର୍ଣ୍ଣ ପଢନ୍ତୁ

୮ ମାସ ହେଲା ମିଳୁନି ନିର୍ମାଣ ଶ୍ରମିକ ଭତ୍ତା: ପ୍ରଶାସନିକ ଅବହେଳାର ଶିକାର ବୃଦ୍ଧ ବିଶ୍ୱନାଥ

କଟକ ସଦର, ୨୩/୦୧  : ସରକାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ ଅନେକ ସମୟରେ ଯୋଗ୍ୟ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ସଦର ବ୍ଲକ ୪୨ ମୌଜା ଅଞ୍ଚଳରେ। ଦଧିବାମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମର ଜଣେ ବୃଦ୍ଧ ନିର୍ମାଣ ଶ୍ରମିକ ବିଗତ ୮ ମାସ ହେଲା ନିଜର ପ୍ରାପ୍ୟ ଭତ୍ତା ପାଇବାରୁ ବଞ୍ଚିତ […]

ସଂପୂର୍ଣ୍ଣ ପଢନ୍ତୁ