ଢେଙ୍କାନାଳର ଅମୃତଭଣ୍ଡା ସହ ସାରୁ ଆୟରଲ୍ୟାଣ୍ଡକୁ ରପ୍ତାନୀ

ଢେଙ୍କାନାଳ, ୨୪/୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି । ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି । କୃଷି ଓ […]

ସଂପୂର୍ଣ୍ଣ ପଢନ୍ତୁ

ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

ବଡ଼ଚଣା, ୨୪/୯: ଗତ କାଲି ବିଳମ୍ୱବି ରାତିରେ କେହି ଦୃବୁତ୍ତ କାଞ୍ଜିଆ ଗ୍ରାମରେ ଥିବା ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳଙ୍କ ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ସହିତ ନଗଦ ଅର୍ଥ ଲୁଟିନେଇଥିବା ବଡ଼ଚଣା ଥାନାରେ ଅଭଯୋଗ ହୋଇଛି l ସୂଚନା ଅନୁସାରେ ଉକ୍ତ ଗାଁର ଶୁଧାଂଶୁ ଶେଖର ବିଶ୍ୱାଳ ମଙ୍ଗଳବାର ଘରେ କେହି ନଥିବା ବେଳେ ସେ ଖାଦ୍ୟ ଖାଇ ଶୋଇଥିଲେ l ତେବେ ଏହି ସମୟରେ କେହି ଦୃବୁତ୍ତମାନେ ଆସି ତାଙ୍କ ଘର […]

ସଂପୂର୍ଣ୍ଣ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ, ୨୪/୯: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀଙ୍କୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀ ଙ୍କ ଦେହାନ୍ତ, ସରକାର ଙ୍କ ଦୃଷ୍ଟି ପଡୁ, ସହାୟତା ପ୍ରଦାନ ପାଇଁ ଦାବି

କଟକ,୨୪/୯: କଟକ ଜିଲ୍ଲା ଉସୁମା ଗ୍ରାମର ବାସିନ୍ଦା ହୁସିକେସ ସାହୁ ଦିନରେ ବିଲ ଭିତରୁ ପରିବା ତୋଲୁଥିଲେ। ଗତକାଲି ଘଡଘଡି ଶୁଣି ଘରକୁ ଫେରୁଥିଲେ ସେହି ସମୟରେ ଟଲିପଡି ଦେହାନ୍ତ ହୋଇଛନ୍ତି। ସେ ପରିବା ଚାଷୀ ହୋଇଥିବାରୁ ତାଙ୍କ ପରିବାର କୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗୁରୁ ଚରଣ ସାହୁ, କମଳା କାନ୍ତ ସାହୁ, ପର୍ସୁ ରାମ ସାହୁ, ଅକ୍ଷୟ ସେନାପତି, ମକରା ମହାନ୍ତି, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ସାହୁ,ବିକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

ଯବାନ- ମାଓବାଦୀ ଗୁଳିବିନିମୟ: ତିନି ମାଓବାଦୀ ନିହତ

ରାଉରକେଲା,୨୪/୯: ଆଜି ସକାଳୁ ଝାରଖଣ୍ଡ ପୁଲିସ, ଯବାନ ଓଡ଼ିଶା- ଝାରଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ରାଉରକେଲା ବିଶ୍ରl ଠୁ ପ୍ରାୟ ୭୦ କିମି ଦୂର ଗୁମଲା ଜିଲ୍ଲାର ବିଶୁନପୁର ଥାନା ଅଞ୍ଚଳରେ ଝାରଖଣ୍ଡ ଜାଗୁଆର ଓ ଗୁମଲା ପୁଲିସ ସମେତ ସୁରକ୍ଷା ବାହିନୀ ଏବଂ ଝାରଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ଜେଜେଏମପି ମାଓବାଦୀ ନିହତ ହୋଇଥିଲେ। ଆଜି ସକାଳୁ […]

ସଂପୂର୍ଣ୍ଣ ପଢନ୍ତୁ

ଇକୋ ରେଳଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ନିର୍ବାଚନ ସମ୍ପାଦକ ହେଲେ ରମେଶ ସାହୁ

ଜଟଣୀ,୨୪/୯:ସ୍ଥାନୀୟ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ଅଧିବେଶନ ଓ ଦୁଇବର୍ଷିଆ ନିର୍ବାଚନ ଭିଶାଖାପାଟଣା ସ୍ଥିତ ଆଶୀର୍ବାଦ କମୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦ୍ୟୃତୀୟ ଦିନର ଅଧିବେଶନରେ ପୂର୍ବତଟ ରେଳପଥ ଅନ୍ତର୍ଗତ ତିନି ମଣ୍ଡଳରୁ ଯୋଗଦାନ କରିଥିବା ଦୁଇ ହଜାରରୁ ଉର୍ଦ୍ଧ କର୍ମୀମାନେ ନିଜ କାର୍ଯ୍ୟସ୍ଥଳିରେ ଉପୁଜୁଥିବା ଶ୍ରମିକ ମାରଣ ନୀତି ଉପରେ ନିଜ ମତ ମତ ସର୍ବ ସମ୍ମୁଖରେ ରଖିଥିଲେ। ଦ୍ଵିତୀୟ ଦିନ ଦ୍ୱିତୀୟାର୍ଦ୍ଧରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ […]

ସଂପୂର୍ଣ୍ଣ ପଢନ୍ତୁ

ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ବେଖାତିର କରି ମାମୁଁ ମାଇଁ ଙ୍କୁ ପାଳିତ ଭଣଜା ର ନିର୍ଯ୍ୟାତନା

ଝଙ୍କଡ ୨୩/୯ :-ଦୁରାରୋଗ୍ୟ କ୍ୟାନ୍ସର ରେ ମାଆ ମରିଗଲା ପରେ ବେସାହାରା ଦୁଇ ଭାଇଙ୍କୁ ଆପଣାର କରିନେଇଥିଲେ ନିଃସନ୍ତାନ ଥିବା ମାମୁଁ ମାଇଁ !ମୁଲ ଲାଗି ନିଜ ପେଟକୁ ଦାନା ନଦେଇ ନିରୀହ ଶିଶୁଙ୍କ ମୁହଁରେ ଆହାର ଦେଇ ଛୋଟରୁ ବଡ କଲେ !ଆଶା ଭରଷା ଥିଲା ପରିଣତ ବୟସରେ ସାହାରା ହେବେ !କିନ୍ତୁ ମାମୁଁ ମାଇଁ ଙ୍କ ଆଶା ଆଶାରେ ରହିଗଲା ! ଭଣଜା ବଡହେଇ ବିବାହ କରି ସରିବା ପରେ ପରିବାରର ଚଳଣି ବଦଳି […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ବଲପୁରର ଶ୍ରୀମତୀ ସୀମା ମେହେର ଜାତୀୟ ସରସ ମେଳାରେ ପାଇଲେ ତୃତୀୟ ପୁରସ୍କାର୭ ଟି ଷ୍ଟଲରେ ୪୮୬୦ ଉତ୍ପାଦ ବିକ୍ରି ଓ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟ

ଭୁବନେଶ୍ୱର,୨୩/୯: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସରସ ମେଳା – ୨୦୨୫ର ଉଦଯାପନ ଅବସରରେ ହସ୍ତତନ୍ତ ଷ୍ଟଲ ବର୍ଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଜାତୀୟସ୍ତରୀୟ ଉପଲବ୍ଧି ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀମତୀ ମେହେରଙ୍କ ସହିତ ଗୋଷ୍ଠୀର ସମସ୍ତ ସଦସ୍ୟା, ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ, […]

ସଂପୂର୍ଣ୍ଣ ପଢନ୍ତୁ

ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ, ୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଭୁବନେଶ୍ୱର,୨୩/୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ ବିଭିନ୍ନ ଖାତାରେ ରେକର୍ଡ ମିଛରେ ପରିବର୍ତ୍ତନ କରି ଏହି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଅନୁନତି ବିନା ସଦସ୍ୟମାନଙ୍କ ସଞ୍ଚୟ ଜମାରୁ ଅର୍ଥ ଉଠାଇ, ଦୈନିକ ଖାତାରେ ଜମା ରାଶି କମ ଦେଖାଇବା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

୨୭ ରେ ଝାରସୁଗୁଡ଼ା ଆସିବେ ମୋଦୀ ଏକ ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁଠୁ ଲୋକେ ଆସିବେ, କେତେ ଲୋକ ସାମିଲ୍‌ ହେବେ, ସୁରକ୍ଷା ବ୍ୟବସ୍ଥା କ’ଣ ରହିବ, ପାର୍କିଂ ସ୍ଥଳ କେଉଁଠି ହେବ ଆଦି ଦିଗ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ