ଲାଲ ବାହିନୀ ପକ୍ଷରୁ ଡାବୁଡ଼କା ଘାଟିରେ ଲାଗିଛି ଲାଲ ବେନର

ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଡାବୁଡ଼କା ଘାଟି ରେ ଲାଗିଛି ଲାଲ ବେନର l ନାଡାପାଟଙ୍ଗ ରୁ 41 ନମ୍ବର ରାଜ୍ୟ ରାଜପଥ ରେ ଲଣ୍ଡାଗାଁ ମୁଖ୍ୟ ରାସ୍ତାରେ ଲାଲ ବାହିନୀ ପକ୍ଷରୁ ଏହି ବେନର ଲଗାଯାଇଛି l କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ବେନର ଲଗାଯାଇଥିବା ନେଇ ସ୍ପଷ୍ଟ କରିଛି ଲାଲ ବାହିନୀ l ମାଓବାଦୀ ସଙ୍ଘଠନ କୁ ଶେଷ କରିବାକୁ ଶତ୍ରୁ ଦ୍ୱାରା ଚଲା ଯାଉଥିବା ଅପେରସନ ସିନ୍ଦୁର କୁ ହରେଇବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ମଙ୍ଗଳାଙ୍କ ନିକଟରେ ଦୀପ ଜାଳି ମୋଦୀଙ୍କ ଶୁଭ ମନାସିଲେ ପ୍ରଭାତୀ ପରିଡ଼ା ଏହି ଅବସରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ କଲେ

ନିମାପଡ଼ା, ୧୮/୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସେବାକାର୍ଯ୍ୟରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଫେଇ କାର୍ଯ୍ୟରୁ ଆରମ୍ଭ କରି ଦୀପଦାନ ଏବଂ ବୃକ୍ଷରୋପଣ ଆଦି ଜରିଆରେ ମୋଦୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ସେ ପ୍ରୟାସ କରିଛନ୍ତି। ସେବାପକ୍ଷ ଆରମ୍ଭର ପ୍ରଥମ ଦିନରେ ପ୍ରଭାତୀ ନିମାପଡ଼ା ଏନ୍‌ଏସିର ୱାର୍ଡ ନମ୍ବର ୯ଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା

ଭୁବନେଶ୍ୱର,୧୮ା୯:: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି – ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ […]

ସଂପୂର୍ଣ୍ଣ ପଢନ୍ତୁ

ବି କେ ଟୁର ଆଣ୍ଡ ଟ୍ରାଭେଲସ ପକ୍ଷରୁ ବିଶ୍ଵକର୍ମା ପୂଜା

ଝଙ୍କଡ଼, ୧୭/୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ତେନ୍ତୁଳିପଦା , ଦଣ୍ଡାସାହି ଛକରେ , ଗତ ପବିତ୍ର ଶାରଦୀୟ ପାର୍ବଣ ପୂଜା, ସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା ଦିନ, ଜିଲ୍ଲାର ନିର୍ଭରଯୋଗ୍ୟ ବି କେ ଟୁର ଏଣ୍ଡ ଟ୍ରାଭେଲସ, ଅନୁଷ୍ଠାନ ତରଫରୁ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାରଳାସଂସ୍କୃତି ଗବେଷକ ତଥା ଅନୁଷ୍ଠାନର ଉପଦେଷ୍ଟା ରମାକାନ୍ତ ରାଉଳ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜାମଣ୍ଡପରେ ବିଶ୍ୱନିର୍ମାତା ଠାକୁର ବିଶ୍ଵକର୍ମା ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମତିଥି ରେ ଶୁଭ ମନାସିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଝଙ୍କଡ଼, ୧୭/୯: ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ, ପବିତ୍ର ବିଶ୍ଵକ୍ରମା ପୂଜା ଓ ସଂକ୍ରାନ୍ତି ଦିନ, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମତିଥି ରେ, ରାଜ୍ୟର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିଜର ଶତାଧିକ ସମର୍ଥକ ଙ୍କ ସହିତ, ଏଠାରେ ପହଞ୍ଚିବା ପରେ, ମା ସାରଳା ଙ୍କ ମନ୍ଦିରକୁ ଯାଇ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦୀପଦାନ କରି, ପ୍ରଧାନମନ୍ତ୍ରୀ ଙ୍କର ଦୀର୍ଘ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପୁଣ୍ୟ ତିଥି ପାଳିତ

କଟକ ସଦର, ୧୭/୯: କଟକ ସଦର ମାଟିର ପୂର୍ବତନ କଂଗ୍ରେସ ବିଧାୟକ, ସମଗ୍ର ଅଂଚଳର ଗର୍ବ ଓ ଗୌରବ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପୁଣ୍ୟ ଶ୍ରାଦ୍ଧ ବାର୍ଷିକୀରେ କଟକ ସଦର ୪୨ ମୌଜା ଅନ୍ତର୍ଗତ ପଟଣା ସ୍ଥିତ ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ପୂଜ୍ୟ ପୂଜା ଭବନରେ ତାଙ୍କ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା, […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍‌ ଆକ୍ୱାରିୟମ୍‌

ଭୁବନେଶ୍ୱର,୧୭/୯: ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍‌ ଆକ୍ୱାରିୟମ୍‌ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ମେରାଇନ୍‌ ଟୁରିଜମ୍‌କୁ ପ୍ରୋତ୍ସାହନ ଦେବା ସହ ଶିକ୍ଷା, ସଂରକ୍ଷଣ ଓ ବହୁମୁଖୀ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ଏହି ପ୍ରକଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ସମ୍ବଲପୁର,୧୭/୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ ଜଣେ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରଦାନ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ, ଯେଉଁଥିରୁ ପ୍ରଥମ କିସ୍ତି ଭାବେ ୭,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଗିରଫ କରିଛି। ଦୁଷ୍ମନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ବଡ଼ ଖୁଲାସା

ଭୁବନେଶ୍ୱର,୧୭/୯: ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ୧୦ ଲକ୍ଷ ଟଙ୍କା ଝଗଡ଼ା କାରଣରୁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ତଦନ୍ତରୁ ଜଣାପଡ଼ିଛି, ଶୁଭମିତ୍ରା ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ଉତ୍ସବ ପାଇଁ ଟଙ୍କା ମାଗିବା ନେଇ ଝଗଡ଼ା ହେବା ପରେ ଦୀପକ ତାଙ୍କୁ ହତ୍ୟା କରିଥିଲେ। ତେବେ କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ କୁସୁନପୁର […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଥାନୀୟ ଯୁବକ ଯୁବତୀଙ୍କୁ ନାଲକୋ ନିଯୁକ୍ତିରେ ସଂରକ୍ଷଣ ନେଇ ବନ୍ଦ୍ ଡାକରା

ଦାମନଯୋଡି, ୧୬/୯: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ନାଲକୋ ପ୍ରକଳ୍ପରେ ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ସଂରକ୍ଷଣ ଦାବି କରି ବିସ୍ଥାପିତ, ଜମିହରା, ପାରିପାର୍ଶ୍ବିକ ଅଞ୍ଚଳର ଯୁବକ ଯୁବତୀ ମାନେ ମିଳିତ ଭାବେ ଆଜି ସକାଳୁ ବନ୍ଦ୍ ଡାକରା ଦେଇଛନ୍ତି । ସକାଳ ୬ ଘଣ୍ଟିକା ଠାରୁ ନାଲକୋ ପରିଶୋଧନ ପ୍ରକଳ୍ପ ର ଉଭୟ ମୁଖ୍ୟ ଫାଟକ ଓ ଜରୁରୀକାଳୀନ ଫାଟକ ସମେତ ଖଣି ଅଞ୍ଚଳ ରାସ୍ତା ଅବରୋଧ କରି କର୍ମଚାରୀ ତଥା ଶ୍ରମିକ ମାନଙ୍କୁ କର୍ମକ୍ଷେତ୍ର […]

ସଂପୂର୍ଣ୍ଣ ପଢନ୍ତୁ