ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର, ୨୫/୧୨: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର […]

ସଂପୂର୍ଣ୍ଣ ପଢନ୍ତୁ

ଧନୁଯାତ୍ରା ଦେଖି ବାଇକ ଯୋଗେ ଘରକୁ ଫେରୁଥିଲେ, ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ, ଅନ୍ୟ ୨ଜଣ ଗୁରୁତର

କୋମନା, ୨୫/୧୨: ଧନୁଯାତ୍ରା ଦେଖି ଏକ ବାଇକ ଯୋଗେ ଚାରିଜଣ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡି ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି l ମିଳିଥିବା ସୁଚନା ଅନୁସାରେ, ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ଼ ଗାଁରେ ଧନୁଯାତ୍ରା ଚାଲିଛି l ଧନୁଯାତ୍ରା ଦେଖିବାକୁ କୋମନା ଥାନା ଅନ୍ତର୍ଗତ ବାବେଘାଟି ଗାଁର ଶୋଭାରାମ ହଂସ, ରଂଜିତ ହଂସ, ଭାଗବତ ମାଝୀ, ଓ ହାତୀସରା ଗାଁର […]

ସଂପୂର୍ଣ୍ଣ ପଢନ୍ତୁ

ବାରିପଦା ପୁଲିସ ପଞ୍ଝାରେ ବାଇକ ଚୋରି ରାକେଟ, ୫ ଅଭିଯୁକ୍ତ ଗିରଫ, ବେହେରାମାଲରୁ ଧରାପଡ଼ିଲେ ୭ ଜୁଆଡ଼ି

ବାରିପଦା, ୨୫/୧୨: ବାରିପଦା ସଦର ଥାନା ପୁଲିସ ବାଇକ ଚୋରି କରୁଥିବା ରାକେଟକୁ ଧରିଛି। ଏହି ରାକେଟରେ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ, ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର ସହ ୪୧ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି। ଏହା ସହ ରାକେଟରେ ଅନ୍ୟ ବଡ଼ ଅପରାଧୀ ଜଡିତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁଯାୟୀ, ଡିସେମ୍ବର ୨୩ ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ସଦର […]

ସଂପୂର୍ଣ୍ଣ ପଢନ୍ତୁ

ଖରା ପୁଉଁଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର, ମାଆ ଗୁରୁତର, ଅଢ଼େଇ ବର୍ଷର ଶିଶୁପୁତ୍ର ମୃତ

କିଶୋରନଗର, ୨୫/୧୨: ଆଜି ସକାଳେ କିଶୋରନଗର ଥାନା ଜଏରାଟ ପଞ୍ଚାୟତ କରମଲକଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ସକାଳ ପ୍ରାୟ ୯ଟାରେ ଘଟିଥିବା ଏହି ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ କରମଲକଟା ଗାଁର ଜନ୍ମୀ ଦେହୁରୀ (୨୫) ଓ ତାଙ୍କ ପୁଅ ଶ୍ରେୟାନ୍ […]

ସଂପୂର୍ଣ୍ଣ ପଢନ୍ତୁ

ଏନକାଉଣ୍ଟରରେ ୪ ମାଓବାଦୀ ନିହତ, କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ଗଣେଶ ଉଇକେ ମୃତ

କନ୍ଧମାଳ, ୨୫/୧୨:ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ସୀମାରେ ଥିବା ରମ୍ଭା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ କହିଛି ଯେ, ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ମାଓବାଦୀ ନିହତ ହୋଇଛନ୍ତି। ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି, ନିହତ ମାଓବାଦୀଙ୍କ ମଧ୍ୟରୁ ଜଣଙ୍କୁ ଓଡ଼ିଶାର ଶୀର୍ଷ ମାଓ ନେତା ଗଣେଶ ଉଇକେ ଭାବରେ ଚିହ୍ନଟ କରାଯାଇଛି। ତାଭ୍‌କର ମୁଣ୍ଡ ଉପରେ ୧.୧ […]

ସଂପୂର୍ଣ୍ଣ ପଢନ୍ତୁ

ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଡ଼ ଦିନ

ଘୁ.ଉଦୟଗିରି, ୨୫/୧୨: ଖ୍ରୀଷ୍ଟ ସମ୍ପ୍ରଦାୟର ମହାପର୍ବ ସବୁଠାରୁ ବଡ଼ ଉତ୍ସବ କହିଲେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ। ଡିସେମ୍ବର ୨୫ ତାରିଖରେ ବଡ଼ଦିନ ମହାଆଡ଼ମ୍ବରରେ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକମାଳରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ସ୍ଥାନୀୟ ସହରର ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, […]

ସଂପୂର୍ଣ୍ଣ ପଢନ୍ତୁ

ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବାସିନ୍ଦା ଆତଙ୍କିତ

ଭୁବନେଶ୍ୱର, ୨୫/୧୨: ଗୁରୁବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟ ବିହାରରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିବା ପରେ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଆବାସିକ କମ୍ପ୍ଲେକ୍ସର ତୃତୀୟ ମହଲାରୁ ଅଗ୍ନିକାଣ୍ଡ ଘଟିଥିଲା। ​​କୋଠାର କିଛି ଅଂଶରେ ଘନ ଧୂଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ଦେଖି ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନିଆଁ ଏବଂ ଘନ ଧୂଆଁ ପରିସରରେ ବ୍ୟାପି ଯାଇଥିଲା। ଅଗ୍ନିଶମ ସେବାକୁ ସୂଚନା ଦିଆଯାଇଥିଲା ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ […]

ସଂପୂର୍ଣ୍ଣ ପଢନ୍ତୁ

ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଗଲା-ଡିଜିପି

ଭୁବନେଶ୍ୱର, ୨୫/୧୨: ଓଡ଼ିଶାରେ ମାଓନେତାଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ଟପତ ମାଓନେତା ଗଣେଶଙ୍କ ନିହତକୁ ବଡ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗଣେଶଙ୍କ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଯାହା ଏକ ବଡ ସଫଳତା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଲକ୍ଷ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ଦୁଇ ଫାଳ ହୋଇଯିବ-ଭୂପିନ୍ଦର

ଭୂବନେଶ୍ଵର, ୨୫/୧୨: ଆସନ୍ତାକାଲି ବିଜେଡି ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ନୂଆଲୋକଙ୍କ ଆଣି ନେତୃତ୍ୱ ଦେଲେ ଭାଗ ହୋଇଯିବ ବିଜେଡି । ନବୀନ ବାବୁଙ୍କୁ ଛାଡି ବିଜେଡି ରହିପାରିବ ନାହିଁ । ୩ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଦଳ ଗୋଟିଏ ଟିମ୍‌ ଭାବେ କାମ କରୁ ବୋଲି ଭୂପିନ୍ଦର ମତ ରଖିଛନ୍ତି । ଆଯାଉଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସାନ୍ତାଳୀ ଭାଷାରେ ସମ୍ବିଧାନ ଲୋକାର୍ପଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫/୧୨: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ । ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ । ଏହି ସମ୍ବିଧାନ […]

ସଂପୂର୍ଣ୍ଣ ପଢନ୍ତୁ