କଟକ ନାଟ୍ୟୋତ୍ସବ ୨୦୨୫

କଟକ,୧୭/୯: ଲୁକ୍‌କାୟିତ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଆଗାମୀ ପିଢୀ ପାଇଁ କଳାକାର, କାହାଣୀ ଲେଖକ, ସଂଳାପ ଲେଖକ, ନିର୍ଦ୍ଦେଶକ, ଗୀତିକାର ଆଦି ସୃଷ୍ଟି କରିବା ସହ ନାଟକ ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ରୌପ୍ୟନଗରୀ କଟକରେ ଆରମ୍ଭ ହେବାକୁ ଯାଉଛି କଟକ ନାଟ୍ୟୋତ୍ସବ-୨୦୨୫, ଯୁବ ଉଦ୍ଦୀପନା, ଯୁବ ସୃଜନ । ଏକଦା ନାଟ୍ୟ ସଂସ୍କୃତିର ଏନ୍ତୁଡିଶାଳ ଥିବା କଟକରେ ନାଟକ ସଂସ୍କୃତିକୁ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ଏହି ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠ ରେ ଶାରଦୀୟ ପାର୍ବଣ ପୂଜା ର ମହତ୍ତ୍ଵ ଓ ବିଶେଶ୍ୱତ

ଝଙ୍କଡ଼, ୧୬/୯: ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ , ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଗତ ସେପ୍ଟେମ୍ବର ୧୪ ତାରିଖ ରବିବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ସୋମବାର ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ପ୍ରତିଦିନ ପ୍ରାତଃ ସମୟରେ ମଙ୍ଗଳ ଆଳତି, ମଧୁସ୍ନାନ, ଦଶଦିଗପାଳ ପୂଜା, ପାର୍ଶ୍ଵ ଦେବଦେବୀ ପୂଜା, […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜାର ବିଭିନ୍ନ ସମସ୍ୟାକୁ ନେଇ ବୈଠକ

କଟକ, ୧୬/୯: ଏନ୍ଏନ୍ଏସ୍: ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ବଜାର ନିକଟରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨ ମୌଜା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଦ୍ୟୁତ, ସକାଳ ଓ ସଂଧ୍ୟା ସମୟରେ ମୁଖ୍ୟ ରାସ୍ତା ଉପରେ ଗୋରୁ ପଲ ମାଳ ମାଳ ହୋଇ ବୁଲୁ ଥିବାରୁ ବାରମ୍ବାର ଘଟୁଥିବା ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତାରୁ ଗୋରୁ ଗାଈମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଗୋସେଇଁ ଗୁଲୁମୁଣ୍ଡାରେ କୃଷିଭିତ୍ତିକ ବାଲିଯାତ୍ରା ପାଳିତ 

ରାମନାଗୁଡା,୧୬/୯: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗଲୁମୁଣ୍ଡାଠାରେ କୃଷିଭିତ୍ତିକ ପର୍ବ ତଥା ମାଁ ମଝିଘରିଆଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଉଦଯାପିତ ହୋଇଯାଇଛି। ପାରମ୍ପରିକ ଶୁଳ୍କ ଭୋଗ ସହିତ କୁକୁଡା ,ଛେଳି ବଳି ଦେଇ ପୂଜାର୍ଚ୍ଚନା କରାଯାଇଛି। ପୂଜକ ନିଆରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲିଛନ୍ତି । ଏହାକୁ ଦେଖିବାକୁ ଶତାଧିକ ଲୋକଙ୍କ ଗହଳି ହୋଇଥିଲା । ମାଁ ମଝିଘରିଆଣୀଙ୍କ ଖଣ୍ଡା ଧରି ପୂଜକ ଗ୍ରାମ ପରିକ୍ରମା କରିଥିଲେ। କଣ୍ଟା ଦୋଳିରେ ଝୁଲିବା ପରେ ନିଆଁରେ ଚାଲିଥିଲେ।ମା’ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ପୁରୀ, ୧୬/୯: ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ ଜୀବିତ ମହିଳା ପୁରୀ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି-ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ପୋଡ଼ିବାକୁ ଅଣା ଯାଇଥିଲା ସ୍ୱର୍ଗଦ୍ୱାର ନିୟମ ଅନୁସାରେ ଡେଥ୍‌ ସାର୍ଟିଫିକେଟ୍‌ ମଗାଯିବାରୁ ବିଳମ୍ବ ହେଲା ଏହି ସମୟରେ ବୃଦ୍ଧା ଆଖି ଖୋଲିଲେ, ଜୀବିତ ଥିବାରୁ ମେଡିକାଲ୍‌ରେ ଭର୍ତ୍ତି ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ ଡାକ୍ତର ଦେଖାଇ ନ ଥିଲେ କି’ ଡେଥ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ଗୋବିନ୍ଦପୁର ଧାନମଣ୍ଡି ଓ ସୋସାଇଟିକୁ ଗୋବିନ୍ଦପୁର ରେ କରିବାକୁ ଦାବୀ

ଝଙ୍କଡ଼, ୧୬/୯: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ଗୋବିନ୍ଦପୁର ସେବା ସମବାୟ ସମିତି ର କାର୍ଯ୍ୟାଳୟ,ସମ୍ପ୍ରତି କୋଷ୍ଠିମଲ୍ଲିକା ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋଲା ଯାଇଥିବାରୁ, ଗୋବିନ୍ଦପୁର ପଞ୍ଚାୟତ ର ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବହୁ ପୂର୍ବରୁ ଏହି କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ଟି ଗୋବିନ୍ଦପୁର ପଞ୍ଚାୟତ ଅଧିନରେ ରହିଥିଲା। ଯାହା ଫଳରେ ସେଠାରେ ଦିର୍ଘ , ଦୁଇଦଶନ୍ଧି ପୂର୍ବରୁ ଏହି ସୋସାଇଟି ଓ ଧାନମଣ୍ଡି ଖୋଲା […]

ସଂପୂର୍ଣ୍ଣ ପଢନ୍ତୁ

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର : ଧର୍ମେନ୍ଦ୍ର ପ୍ରଧାନ

ବାରିପଦା ,୧୬/୯: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର,୧୬/୯: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ରଖି, ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କରେ ଆଜି ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ (ଭା.ପ୍ର.ସେ) ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

କଟକ, ୧୫/୯ : ୪୨ ମୌଜା ଅର୍ନ୍ତଗତ ଶ୍ରୀରାମ, ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବହୁସଂଖ୍ୟାରେ ଅଭିଭାବକ ଯୋଗ ଦେଇ ନିଜ ନିଜ ଶିଶୁର ପାଠପଢ଼ା ଏବଂ ବ୍ୟବସ୍ଥା ସମ୍ବନ୍ଧୀୟ କଥା ରଖିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଏବଂପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ ଅଭିଭାବକ ମାନଙ୍କର ସହିତ ଆଲୋଚନା କରି ସମସ୍ତ ସମସ୍ୟାର ନିର୍ଯ୍ୟାସ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

କଟକ,୧୪/୯: ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ – ୪୨ମୌଜା ଶାଖା ର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ନେତୃତ୍ୱ, ଶ୍ରୀରାମ ମାଇନର ସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀରାମ ମୌଜା ନିବାସୀ ଶ୍ରୀ ମେଘନାଦ ନାଏକ ଙ୍କର ତା:୧୧-୦୯-୨୦୨୫ ରିଖ ଗୁରୁବାର ଦିନ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ସ୍ଵର୍ଗତ ନାଏକ ଜଣେ ନିଷ୍ଠାପର ଶିକ୍ଷକ, ପରୋପକାରୀ, ତ୍ୟାଗୀ, ସୁସଂଗଠକ ତଥା ଆମାୟିକ ବ୍ୟକ୍ତିତ୍ଵ ଭାବେ ବେଶ ଜଣା […]

ସଂପୂର୍ଣ୍ଣ ପଢନ୍ତୁ