Raid

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ

ବ୍ରହ୍ମପୁର : କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ । ୧୨ ଜଣିଆ ସିବିଆଇ ଟିମ ରେଡ଼ କରୁଛନ୍ତି । ଜଣେ ଠିକାଦାରଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ମନୋଜ କୁମାର ସୁବୁଦ୍ଧିଙ୍କୁ ଧରିଛି ସିବିଆଇ ଟିମ । ଠିକାଦାରଙ୍କ ଠାରୁ ୧ ଲକ୍ଷ ୭୬ ହଜାର ଟଙ୍କାର ଜିଏସଟି ବିଲ୍ ରିଫଣ୍ଡ ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୧୫ ହଜାର ଟଙ୍କା ଦେଇଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ
Image 20

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆରଆଇ

କନ୍ଧମାଳ: ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗପଙ୍ଗ ଅଞ୍ଚଳର ଆରଆଇ ଦିଲିପ ସାହୁ ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଚଢଉ କରିଛି। ସୂଚନା ଅନୁଯାୟୀ, ଆରଆଇ ଜଣଙ୍କ ଜମି ପଟ୍ଟା କାଗପତ୍ର ହସ୍ତାନ୍ତରଣ କରିବା ବାବଦରେ ବେଆଇନ ଭାବେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଭିଜିଲାନ୍ସର […]

ସଂପୂର୍ଣ୍ଣ ପଢନ୍ତୁ
Parak

ପରକୀୟା ପ୍ରୀତି; ପୁଅର ତଣ୍ଟିଚିପି ହତ୍ୟା କଲା ମା’

ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା’ ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାର‌େ ‌ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର ୧୪ ବର୍ଷୀୟ ନିକୁ ସୁନେନ୍। ପୁଅକୁ ହତ୍ୟ‌ା କରାଯାଇଥିବା ନେଇ ମୃତ ବାଳକର ବାପା ଥାନାରେ ଅଭିଯୋଗ କରିଥିଲେ। ଯାହା ପର‌େ ‌ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତରୁ ଜଣାପଡିଥିଲା ଯେ, ପରକୀୟା ପ୍ରତିରେ […]

ସଂପୂର୍ଣ୍ଣ ପଢନ୍ତୁ
Image 1720434465

ଅଧ୍ୟକ୍ଷାଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହେଲେ ଅଧ୍ୟାପିକା

ଅଧ୍ୟକ୍ଷାଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହେଲେ ଅଧ୍ୟାପିକା। ଭଦ୍ରକ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଅଧ୍ୟକ୍ଷା ସୁପ୍ରୀତି କର ଶନିବାର ଦିନ କାର୍ଯ୍ୟାଳୟରେ କୌଣସି କାମରେ ବ୍ୟସ୍ତ ଥିଲେ। ସେଇ ସମୟରେ ଉର୍ଦ୍ଦୁ ଅଧ୍ୟାପିକା ନସିମା ଖାତୁନ ଏକ ଦରଖାସ୍ତ ଦେଖିବା ପାଇଁ ଦେଇଥିଲେ। କାର୍ଯ୍ୟବ୍ୟସ୍ତ ଥିବା ଅଧ୍ୟକ୍ଷା ସୁପ୍ରୀତି କର ଦରଖାସ୍ତଟିକୁ ପରେ ଦେଖିବେ କହି ରଖିଦେଇଥିଲେ। ଏତିକିରେ ରାଗିଯାଇଥିଲେ ଅଧ୍ୟାପିକା ନସିମା। ସୁପ୍ରୀତିଙ୍କୁ ଏକାଧିକବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏନେଇ ଅଧ୍ୟକ୍ଷା ସୁପ୍ରୀତି […]

ସଂପୂର୍ଣ୍ଣ ପଢନ୍ତୁ
Image 16

୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀର ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର। ଧଳା ଜହର କବଳରେ ଭୁବନେଶ୍ୱର। କିନ୍ତୁ ଏହା ଉପରେ କଡ଼ା ନଜର ରଖିଛି ପୋଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ ଅତର୍କିତ ଚଢଉ କରିଛି ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରିଛି ପୋଲିସ। […]

ସଂପୂର୍ଣ୍ଣ ପଢନ୍ତୁ
Treatment 1720167886

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁ ନିକଟରେ ଅଘଟଣ। ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଇଂଜେକସନ୍ ଦେଲେ ଦୁର୍ବୃତ୍ତ। ୧୦ମ ଶ୍ରେଣୀ ଛାତ୍ରଙ୍କୁ ଇଂଜେକସନ୍ ଫୋଡ଼ି ଦେଲେ ୫ ଦୁର୍ବୃତ୍ତ। ଚେତାଶୂନ୍ୟ ଅବସ୍ଥାରେ ଛାତ୍ରଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି। ୫ ଯୁବକଙ୍କ ପରିଚୟ ମିଳିନଥିବା ବେଳେ କାହିଁକି ଇଞ୍ଜେକସନ୍ ଦେଲେ ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ତେବେ ଛାତ୍ରଙ୍କୁ ଅପହରଣ ଉଦ୍ଦେଶ୍ୟରେ ଇଞ୍ଜେକସନ୍ ଦେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଛାତ୍ର ଜଣଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
1111

ସୋର ଟ୍ରିପିଲ ମର୍ଡର ଘଟଣାରେ ୮ ଅଟକ, ଜଙ୍ଗଲରୁ ମାରଣାସ୍ତ୍ର ଜବତ

ସୋର : ସୋର ଟ୍ରିପିଲ ମର୍ଡର ଘଟଣା । ତିନି ଜଣଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ଗତକାଲି ମୃତଦେହ ଠାବ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା । ମୃତଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି । ଗତକାଲି ବାଲେଶ୍ଵର ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ
Img 20240705 155922 750x430

ମିଳିଲା ନିଖୋଜ ନବଜାତ ଶିଶୁ, ମିଳୁନି ମା’ ର ପତ୍ତା

ପାରାଦୀପ: ନବଜାତ ପୁତ୍ରସନ୍ତାନକୁ ବିକ୍ରି ଅଭିଯୋଗ ଘଟଣା।ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଉଦ୍ଧାର ପରେ ଶିଶୁଟିକୁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି। ସେପଟେ ଘଟଣା ପ୍ରଘଟ ପର ଠାରୁ ନବଜାତର ମାଆ ଗାଏବ ଥିବା ଜଣାପଡିଛି। ଏବେ ନବଜାତ ଶିଶୁଟି କେଉଁଠି, କାହା ପାଖରେ ରହିବ ସେ ନେଇ ସିଡବ୍ଲୁସି ନିଷ୍ପତ୍ତି ନେବ । ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ
Khordha

କଲେଜ ଅଧ୍ୟକ୍ଷଙ୍କୁ ଅଫିସ୍‌ ଭିତରେ ପଶି ନିସ୍ତୁକ ମାଡ଼

ଖୋର୍ଦ୍ଧା : କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟର କୋଠରୀ ମଧ୍ୟରେ ନିସ୍ତୁକ ମାଡ଼ ଅଭିଯୋଗ । ମାଡ଼ ମାରିଛନ୍ତି କଲେଜର ପରିଚଳନା କମିଟି ସଭାପତି ଏବଂ ଅଧ୍ୟାପକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହଳଦିଆ ଡିଗ୍ରୀ କଲେଜରେ । ଅଭିଯୋଗ ଅନୁଯାୟୀ ଅଧକ୍ଷ ଉମାକାନ୍ତ ପାତ୍ର ଆଜି ସକାଳ ସମୟରେ ନିଜ ପ୍ରକୋଷ୍ଟରେ ଥିଲାବେଳେ କଲେଜର ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଇତିହାସ ବିଭାଗର ଅଧାପକ […]

ସଂପୂର୍ଣ୍ଣ ପଢନ୍ତୁ
Img 20240703 164743 750x430

ଭିଜିଲାନ୍ସ ଜାଲରେ ଏସଆଇ ବାବୁ

ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ ଧରିଥିଲା ଯାଜପୁର ଭିଜିଲାନ୍ସ ଟିମ । ସୂଚନା ଅନୁସାରେ, ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ଲାଞ୍ଚ ମାଗିଥିଲେ ଏସଆଇ ବାବୁ। ଏନେଇ ଭିଜିଲାନ୍ସର […]

ସଂପୂର୍ଣ୍ଣ ପଢନ୍ତୁ