ଟ୍ରକରେ ନିଆଁ : ହୁତୁହୁତୁ ହୋଇ ଜଳିଲା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର, ୨୨/୧୦: ରାଜଧାନୀରେ ବିଳମ୍ବିତ ରାତିରେ ଜଳିଗଲା ଟ୍ରକ୍। ସାଲିଆ ସାହି ଦୁଇଶହ ଫୁଟିଆ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ଏହି ଟ୍ରକ୍‌ଟି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଫଳରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଟ୍ରକରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି ନା ସର୍ଟସର୍କିଟ୍ ଯୋଗୁଁ […]

ସଂପୂର୍ଣ୍ଣ ପଢନ୍ତୁ

କପିଳେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ମାହାଙ୍ଗା, ୨୨/୧୦ (ଆପ୍ର): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତସ୍ଥିତ ହରିହର ପୀଠ ପରିସରରେ ଓଁ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ସଂକୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ତଥା କବି ଭକ୍ତ ଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ଅକ୍ଷୟ କୁମାର ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଠକେଇରେ ସମ୍ପୃକ୍ତ ଆବୁ ସୋଫିଆନ ଓ ତାଙ୍କ ସାନ ଭାଇ ଆବୁ କଲାମ ଗିରଫ, ଅନ୍ୟ ଜଣେ ଫେରାର !

ଝଙ୍କଡ଼, ୨୨/୧୦/୨୦୨୬: ଜନଶିକ୍ଷା କେନ୍ଦ୍ର ଖୋଲିବା ବାହାନାରେ ଗତ ୨୦୨୦ ମସିହାରୁ ବ୍ୟାଙ୍କ ଖାତାଧାରୀଙ୍କ କେୱାଇସି (KYC) କରିଦେବା ନାମରେ ବାରମ୍ବାର ଫିଙ୍ଗର ପ୍ରିଣ୍ଟ ନେଇ ସେମାନଙ୍କ ଖାତାରୁ ଟଙ୍କା ଉଠାଇ ନିଆଯାଉଥିଲା। ଏହିପରି ଭାବେ ସମୁଦାୟ ଉଠାଯାଇଥିବା ଅର୍ଥର ପରିମାଣ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜାଣିବାକୁ ମିଳିଛି। ଏ ସମ୍ପର୍କରେ କୃଷ୍ଣାନନ୍ଦପୁର ଥାନାରେ ପ୍ରାୟ ୯ ଜଣ ବ୍ୟାଙ୍କ ଖାତାଧାରୀ ଏତଲା ଦେଇଥିଲେ। କିନ୍ତୁ ଥାନାରୁ କୌଣସି ସନ୍ତୋଷଜନକ ନ୍ୟାୟ […]

ସଂପୂର୍ଣ୍ଣ ପଢନ୍ତୁ

ପିଏମ୍ ମୋଦୀଙ୍କ ସହ କଥା ହେଲେ ନେତାନ୍ୟାହୁ: ଇସ୍ରାଏଲ୍ ସ୍ୱାଧୀନତା ଦିବସରେ ସ୍ମିତ୍ ମଚ୍ଛାରଙ୍କ ସହ ମଶାଲ ଜାଳିବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଇସ୍ରାଏଲର ସ୍ୱାଧୀନତା ଦିବସ ଅବସରରେ ପିଏମ୍ ମୋଦୀଙ୍କୁ ଭାରତୀୟ ଫାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସହ ମିଶି ମଶାଲ ଜାଳିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି । ନେତାନ୍ୟାହୁ ନିଜେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖିଛନ୍ତି, “ମୁଁ ମୋର ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା […]

ସଂପୂର୍ଣ୍ଣ ପଢନ୍ତୁ

ନିଶ୍ଚିନ୍ତକୋଇଲିରୁ ଲୁଣା-ଚିତ୍ରୋତ୍ପଳା ଅଞ୍ଚଳକୁ ବିଷାକ୍ତ ଓ ନକଲି ମଦ ଚାଲାଣ: ସାଲେପୁର ଅବକାରୀ ବିଭାଗ ନିରବ, ବଡ଼ ଅଘଟଣ ଆଶଙ୍କା

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ସମଗ୍ର ଲୁଣା-ଚିତ୍ରୋତ୍ପଳା ଉପତ୍ୟକା ଅଞ୍ଚଳକୁ ବ୍ୟାପକ ଭାବେ ନକଲି ତଥା ଅବଧି ସରିଯାଇଥିବା (ଏକ୍ସପାଏରୀ) ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମଦ ବେପାରୀମାନେ ନେମାଳ, ସାନତପୁର, କଳମୀଶ୍ରୀ, ପାଳଦା ଆଦି ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ଏହି ନକଲି ଓ ମିଆଦ ପୁରିଯାଇଥିବା ମଦ ଯୋଗାଣ କରୁଛନ୍ତି। ଅତ୍ୟନ୍ତ ଚିନ୍ତାର […]

ସଂପୂର୍ଣ୍ଣ ପଢନ୍ତୁ

ଝାରକଟା ଉପ୍ରା ବିଦ୍ୟାଳୟରେ ‘ସୁରଭି-୨୦୨୬’ ଅନୁଷ୍ଠିତ

କଟକ, ୨୧।୧୦: କଟକ ସଦର ବୟାଳିଶମୌଜା ଅନ୍ତର୍ଗତ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଏବଂ ସିଆରସିସି ଆରତ ଭଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହ ସେମାନେ ବିଭିନ୍ନ ସହ-ଶୈକ୍ଷିକ କାର୍ଯ୍ୟରେ ନିଜକୁ ସାମିଲ କରି […]

ସଂପୂର୍ଣ୍ଣ ପଢନ୍ତୁ

ଚିର ନିଦ୍ରାରେ ଶତାୟୁ ସୁନାକର, ଶବଦାହରେ ବନ୍ଧୁ ପରିଜନ !

ମାହାଙ୍ଗା, ୨୧/୧୦: ବିରୂପା ଗେଙ୍ଗୁଟି ଦୋଆବ ଅଞ୍ଚଳର ଜଣେ ସଫଳ ମଣିଷ, ଧର୍ମପ୍ରାଣ ପୁରୁଷ ସୁନାକର ବେହେରାଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ କୁହୁଣ୍ଡା ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ସୁନାକର ଡାକ ବିଭାଗରୁ ଅବସର ଗ୍ରହଣ କରିଥିଲେ। ଜଣେ ସଫଳ ଚାଷୀ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସେ ବେଶ୍ ପରିଚିତ ଥିଲେ। ଅଭିଜ୍ଞ ଅମିନ ଭାବେ ତାଙ୍କର ସୁଖ୍ୟାତି ଓ ସୁନାମ ରହିଛି। ଗାଁରେ ସାମାଜିକ ଓ ସାଂସ୍କୃତିକ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତୋଲରେ ବିଜୟାଦଶମୀ ଉତ୍ସବ ପାଳିତ

ଝଙ୍କଡ଼, ୨୧/୧୦/୨୦୨୬: ତିର୍ତ୍ତୋଲ ପ୍ରଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଯୋଗଗୁରୁ ସ୍ମୃତିରଞ୍ଜନ ରାୟଙ୍କ ଦ୍ୱାରା ସଂଘର ଗୈରିକ ପତାକା ଉତ୍ତୋଳନ କରାଯିବା ପରେ ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ସୁରକ୍ଷା ଓ ରାଷ୍ଟ୍ରର ସ୍ୱାଭିମାନ ଉପରେ ସଂଘର ପଦାଧିକାରୀମାନଙ୍କ ବକ୍ତବ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ସଂଘର ପୁରାତନ ପ୍ରଚାରକ ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁ ନନା) ସଂଘର ପ୍ରତିଷ୍ଠା ଦିବସର ବାର୍ତ୍ତା ରଖି […]

ସଂପୂର୍ଣ୍ଣ ପଢନ୍ତୁ

ଆଇ ଲଭ୍ ଜଗନ୍ନାଥପୁର ଲୋକାର୍ପିତ

ଝଙ୍କଡ଼, ୧୯/୧୦: ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ଏକ ଲୋକାଭିମୁଖୀ କାର୍ଯ୍ୟ କରି ନିଜ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଛନ୍ତି। ନିଜ ଅଞ୍ଚଳକୁ ଭଲ ପାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ‘ଆଇ ଲଭ୍ ଜଗନ୍ନାଥପୁର’ ଲେଖି ସେଥିରେ ସୁନ୍ଦର ଲାଇଟ୍ ଲଗାଇବା ସହିତ ସେଠାରେ ବସି ଫଟୋ ଉଠାଇବା ଭଳି ବ୍ୟବସ୍ଥା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସରପଞ୍ଚ ସୁଶାନ୍ତ କୁମାର ନାୟକ ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଗରାମରେ ବିଜେପିର ସାଂଗଠନିକ ବୈଠକ

ଝଙ୍କଡ଼, ୧୯/୧୦: ଜଗନ୍ନାଥପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ବାରିକଙ୍କ ନେତୃତ୍ବରେ ଗରାମ ପଞ୍ଚାୟତର ସନିଆ ଭାଇଙ୍କ ବାସଭବନରେ ପଞ୍ଚାୟତର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ସାଥୀମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ ଏକତା ଓ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକର ମୂଳ ଲକ୍ଷ୍ୟ ହେଉଛି ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ […]

ସଂପୂର୍ଣ୍ଣ ପଢନ୍ତୁ