କାବଲପୁର ପୀଠରେ ସନ୍ଥ ବିଧାର ଗୋସେଇଁଙ୍କ ଜନ୍ମୋତ୍ସବ ଓ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଝଙ୍କଡ଼, ୧୪/୦୧/୨୦୨୬ : ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ ମହାନ ଆଧ୍ୟାତ୍ମିକ ମାର୍ଗଦର୍ଶକ ସନ୍ଥ ବାବା ବିଧାର ଗୋସେଇଁଙ୍କ ଜନ୍ମଉତ୍ସବ ଅବସରରେ ଏକ ଭବ୍ୟ ଆଧ୍ୟାତ୍ମିକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅନ୍ତର୍ଗତ କାବଲପୁର ବାଘୁଆବାରି ସ୍ଥିତ ବାବାଙ୍କ ପୀଠସ୍ଥଳୀଠାରେ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସାରସ୍ୱତ ସାଧକ ଓ ଦାର୍ଶନିକ ଡଃ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବାଣୀପର୍ବ ପାଳନ ଓ ମକର ମିଳନ ଉତ୍ସବ

ଝଙ୍କଡ଼ (14/1/2026) :  ତିର୍ତ୍ତୋଲ ସମ୍ବାଦ ଘର ଆନୁକୂଲ୍ୟରେ ପବିତ୍ର ମକରସଂକ୍ରାନ୍ତି ଦିନ ପୂର୍ବାହ୍ନ ରେ ସାରଳାରୋଡ଼ ଦୋସଡିକ ଛକ ସ୍ଥିତ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ, ବାଣୀପର୍ବ ପାଳନ, କବିତା ପଠନ ଓ ମକରମିଳନ ଉତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ଼ ରତ୍ନ ଗୋଲକ ବିହାରୀ ପଲାଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ସାହିତ୍ୟଘର ର ସମ୍ପାଦକ ପଣ୍ଡିତ ବାସବ ନନ୍ଦ ସ୍ୱାଗତ ଭାଷଣ ଓ […]

ସଂପୂର୍ଣ୍ଣ ପଢନ୍ତୁ

ମା’ ସାରଳାଙ୍କ ପୀଠରେ ନାଟ୍ୟମଣ୍ଡପ ନିର୍ମାଣ ପାଇଁ ଦାବି: କ୍ଷୋଭ ପ୍ରକାଶ କଲେ ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା

ଝଙ୍କଡ଼, ୧୨/୦୧: କଳାର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ଦୀର୍ଘ ବର୍ଷ ଧରି ନାଟ୍ୟମଣ୍ଡପ ନଥିବାରୁ କଳାକାରମାନେ ନିରାଶ ହେଉଛନ୍ତି। ଏନେଇ ଯାତ୍ରା ଜଗତର ଖ୍ୟାତନାମା ଖଳନାୟକ ତଥା ଉତ୍କଳ ଯାତ୍ରାଶିଳ୍ପୀ ସଙ୍ଘର ପ୍ରାକ୍ତନ ସଭାପତି ଦୈତାରୀ ପଣ୍ଡା ଗଭୀର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମଣ୍ଡପ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି। ସୋମବାର ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳିତ

ଝଙ୍କଡ଼, ୧୨/୦୧: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ଦିନ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଏହି ଉତ୍ସବରେ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ, ପରିଚାଳନା […]

ସଂପୂର୍ଣ୍ଣ ପଢନ୍ତୁ

ଆଦିକବି ସାରଳା ଦାସଙ୍କ ବଂଶଧର ତଥା ଧର୍ମପ୍ରାଣା ମହିଳା ଅନୁସୂୟା ପରିଜାଙ୍କ ପରଲୋକ

ଝଙ୍କଡ଼, ୧୧/୦୧: ଓଡ଼ିଆ ସାହିତ୍ୟର ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ବଂଶଧର ତଥା ଅଞ୍ଚଳର ଜଣେ ବିଶିଷ୍ଟ ଧର୍ମପ୍ରାଣା ମହିଳା ଅନୁସୂୟା ପରିଜାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଆଦିକବିଙ୍କ ଜନ୍ମମାଟି ବଡ଼ସରୋଳ ସ୍ଥିତ କାଳୀନାଗ ଗାଦିଘର ସମ୍ମୁଖରେ ଥିବା ନିଜ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତା ଅନୁସୂୟା ଜଣେ ପତିବ୍ରତା, ଆଦର୍ଶ ଗୃହିଣୀ ଏବଂ ପରୋପକାରୀ ମହିଳା ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଝଙ୍କଡ, ୧୦/୧: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଣିଜ୍ୟକେନ୍ଦ୍ର ରାହାମାରେ ଥିବା ଶ୍ରୀଶ୍ରୀ ମଦନ ମୋହନ ଜୀଉ (ଶ୍ରୀ ଜଗନ୍ନାଥ ମଠ) ପରିସରରେ ଆଜି ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-2026 ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ପୌରାହିତ୍ୟ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀ ବେଳାଭୂମିରେ ସାରଦା ଏକାଡେମୀ 2012 ବ୍ୟାଚ ର ସମାବେଶ

ଝଙ୍କଡ଼, ୧୦/୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ 2012 ବ୍ୟାଚ ର ଏକ ବନ୍ଧୁମିଳନ ସମାବେଶ, ତିର୍ତ୍ତୋଲ ମହାନଦୀ ବେଳାଭୂମି ର ଝୁଲାବଣ ମଠ ପରିସରରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗତ ଶନିବାର ଦିନ ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଏକାଡେମୀ ର ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ପ୍ରଭୁପ୍ରସାଦ ରାଉଳ, […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକସ୍କୁଲ ର ଶିକ୍ଷା ପରିଭ୍ରମଣ

ଝଙ୍କଡ଼ ୧୦/୧: ପରିଭ୍ରମଣ ମାଧ୍ୟମରେ ବିଦ୍ୟାର୍ଥୀମାନେ ପ୍ରତକ୍ଷ୍ୟ ଜ୍ଞ୍l ନ ଅର୍ଜ୍ଜନ ର ସୁଯୋଗ ଲାଭ କରିଥାନ୍ତି l ସେଥିପାଇଁ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ର ଚାଳିଶଜଣ ଛାତ୍ରଛାତ୍ରୀ ଓ ପଇଁତିରିଶ ଜଣ ଅଭିଭାବକ ଙ୍କ ସହିତ ସମସ୍ତ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଗତ ଶନିବାର ଦିନ ପୂର୍ବାହ୍ନ ରେ ଶିକ୍ଷାପରିଭ୍ରମଣ ରେ ବାହାରି, ପାରାଦ୍ୱୀପ ବନ୍ଦର, ନେହେରୁବଙ୍ଗଳା ର ସମୁଦ୍ର ବେଳାଭୂମି, ହନୁମାନଜୀ […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ବାଲିପଡିଆରେ, ପାଲାଗାୟକ ସମ୍ମିଳନୀ

ଝଙ୍କଡ଼, ୧୦/୧: ଶ୍ରୀନୀଳାଚଳ ନିଖିଳଉତ୍କଳ ପାଲା କଳାକାର ପରିଷଦ ର ଅବିଭକ୍ତ କଟକ ଶାଖା ଆନୁକୂଲ୍ୟରେ ଗତ ଜାନୁଆରୀ ଛଅ ଓ ସାତ ତାରିଖ ଦୁଇଦିନ ବ୍ୟାପି ପାଲାଗାୟକ ସମ୍ମିଳନୀ, ସାରଳା ପାଲାକଳାକାର ସଙ୍ଘର ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶତାଧିକ ପାଲା ଗାୟକ ଗାୟିକା ଓ ସଙ୍ଗୀତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚକର ବହୁ ସଂସ୍କୃତିପ୍ରେମୀ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇଥିଲେ l ଗାୟକ ଅଭିମନ୍ୟୁ ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପାରାଦୀପରେ ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ମହୋତ୍ସବ ପ୍ରତିଯୋଗିତା

ପାରାଦୀପ, ୯/୧: ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ମହୋତ୍ସବ ପ୍ରତିଯୋଗିତା ୨୦୨୫-୨୬ ଗୁରୁବାର ଦିନ ପାରାଦୀପ ବନ୍ଦରର ଜୟଦେବ ସଦନରେ ଉଦଘାଟିତ ହୋଇଯାଇଛି। ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡର ତତ୍ତ୍ୱାବଧାନରେ ପାରାଦୀପ ବନ୍ଦର ପ୍ରାଧିକରଣ ଦ୍ୱାରା ଏହି ଚାରି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ସଂସ୍କୃତି […]

ସଂପୂର୍ଣ୍ଣ ପଢନ୍ତୁ